କେବେ ହେବ ନକଲି ଅଣ୍ଡାର ଯାଂଚ ? ଅସଲି ଓ ନକଲିର ଦ୍ୱନ୍ଦ ଭିତରେ ଏବେ ବି ଖାଉଟୀ ଏବଂ ବ୍ୟବସାୟୀ

31

କନକ ବ୍ୟୁରୋ : ଅସଲି ଓ ନକଲିର ଦ୍ୱନ୍ଦ ଭିତରେ ଏବେ ବି ଖାଉଟୀ ଏବଂ ବ୍ୟବସାୟୀ । ଓଡ଼ିଶା ବଜାରରେ ଅଣ୍ଡାକୁ ନେଇ ଏଯେଉଁ ଦ୍ୱନ୍ଦ ଉପୁଜିଛି, ତାକୁ କିଏ ଦୂର କରିବ । କେବଳ ତଦନ୍ତ ଏବଂ ଯାଂଚ୍ ନିର୍ଦ୍ଦେଶ ଦେଇଦେଲେ କ’ଣ ସରି ଯାଉଛି ସରକାରଙ୍କ ଦାୟିତ୍ୱ । କୃତ୍ରିମ ଉପାୟରେ ଅଣ୍ଡ ପ୍ରସ୍ତୁତ ସଂଭବ ଏବଂ ଚାଇନାରୁ ବେଆଇନ ଭାବରେ ଭାରତକୁ ଏଭଳି ଅଣ୍ଡା ବି ଆସୁଛି । ଆଉ ଏତିକି ବେଳେ ଯାଂଚ୍ ନିର୍ଦ୍ଦେଶ ଭିତରେ କାହିଁକି ସୀମିତ ରହିଯାଇଛି ଆମ ପ୍ରଶାସନ ।

ଏହି ସବୁ ପ୍ରଶ୍ନର ଉତର ଖୋଜି ପାଇଁ ଆମେ ଯେତେବେଳେ ଖାଦ୍ୟ ସୁରକ୍ଷା କମିଶନରଙ୍କ ପାଖରେ ପହଂଚିଥିଲୁ, ଯାଂଚର ଆଳ ଦେଖାଇ ସମସ୍ତ ପ୍ରଶ୍ନକୁ ଏଡାଇ ଯାଇଥିଲେ । ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇ ଏବଂ ଖାଦ୍ୟ ସୁରକ୍ଷା କମିଶନର ୩୦ ଜିଲ୍ଲାକୁ ଚିଠି ଲେଖି ଦେଇ ସତେ ଯେମିତି କାମ ସାରି ଦେଇଛନ୍ତି । ଏପରିକି ନମୁନା ସଂଗ୍ରହ ପାଇଁ ବାରମ୍ବାର ଆମ ପ୍ରତିନିଧି ଅନୁରୋଧ କରିବା ସତ୍ୱେ ବେଖାତିର ମନୋଭାବ ଦେଖାଇଥିଲେ ଅଧିକାରୀ । କେବଳ ଠିକଣା ବୁଝିଦେଇ ବସିଯାଇଥିଲେ ।

ତେବେ ଚାଇନାରୁ ବେଆଇନ ଭାବରେ ଆସୁଥିବା ଏହି କେମିକାଲ ନିର୍ମିତ ଅଣ୍ଡା ବ୍ୟବସାୟିକ ଦୃଷ୍ଟିରୁ ବି ଲାଭଦାୟକ । ସାଧାରଣତଃ ଏହି ନକଲି ଅଣ୍ଡା, ଏକ ଟଙ୍କା ୩୦ ପଇସାରେ ଉପଲବ୍ଧ ହେଉଥିବା ବେଳେ କୁକୁଡ଼ା ଫାର୍ମରୁ ଆସୁଥିବା ଅଣ୍ଡା ୩ଟଙ୍କା ୨୦ ପଇସାରେ ମିଳେ । ବିଶେଷଜ୍ଞମାନେ ଯେତେବେଳେ କହୁଛନ୍ତି କୃତ୍ରିମ ଉପାୟ ଅଣ୍ଡା ପ୍ରସ୍ତୁତ ସଂଭବ ଏବଂ ଚାଇନାରୁ ଏଭଳି ଅଣ୍ଡା ବେଆଇନ ଭାବରେ ଭାରତକୁ ଆସୁଛି । ଠିକ୍ ସେତିକି ବେଳେ ଆମ ପ୍ରଶାସନ ଘଟଣାକୁ କେବଳ ତଦନ୍ତ ନିର୍ଦ୍ଦେଶ ଭିତରେ ସୀମିତ ରଖୁଛି କାହିଁକି?

ଏହାସହ ଦେଖନ୍ତୁ ଏହି ଭିଡିଓ-