ସ୍ମାର୍ଟସିଟିର ସ୍ମାର୍ଟ ସେକ୍ସ ରାକେଟରୁ ହଟୁଛି ପରଦା । କନକ ନ୍ୟୁଜ ହାତରେ ବାଙ୍ଗାଲାଦେଶୀ ଦେହଜୀବୀଙ୍କ ଆଧାରକାର୍ଡ । ଘର ବାଂଲାଦେଶ କିନ୍ତୁ ଠିକଣା କୋଲକତା । ୩ ଦଲାଲକୁ ଗିରଫ କରି ଚେର ଖୋଜୁଛି ପୁଲିସ୍ ।

423

କନକ ବ୍ୟୁରୋ: ରାଜଧାନୀରୁ ଉଦ୍ଧାର ହୋଇଥିବା ବାଂଲାଦେଶୀ ଦେହଜୀବୀଙ୍କ ନିକଟରୁ ମିଳିଲା ଆଧାର କାର୍ଡ । ଆଉ ଏହି ଆଧାର କାର୍ଡରେ ରହିଛି ଦେହଜୀବୀଙ୍କ ଠିକଣା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଂଲାଦେଶରୁ ଏହି ଦେହଜୀବୀମାନେ ଆସିଥିବା ବେଳେ ଭାରତରେ ସେମାନଙ୍କ ଆଧାରକାର୍ଡ କଲିକତା ଠିକଣାରେ କେମିତି ପ୍ରସ୍ତୁତ ହେଲା ସେନେଇ ପ୍ରଶ୍ନ ଉଠିଛି । ସେପଟେ ମାଷ୍ଟର ମାଇଣ୍ଡ ଗିରଫ ହେବା ପରେ ଏମାନଙ୍କ ଡାହାଣ ହାତ କୁହାଯାଉଥିବା ଦଲାଲମାନଙ୍କୁ ଗିରଫ କରିଛି ପୋଲିସ । ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ଖୋଳତାଡ କରୁଛି ପୋଲିସ ।

୬ଜଣ ଦେହଜୀବୀଙ୍କ ଆଧାର କାର୍ଡ । ଯେଉଁମାନଙ୍କ ଘର ବାଂଲାଦେଶରେ ହୋଇଥିବା ବେଳେ କୋଲକାତା ଠିକଣା ରହିଛି ଆଧାର କାର୍ଡରେ । କନକ ନ୍ୟୁଜ ହାତରେ ଲାଗିଛି ଏହି ଆଧାର କାର୍ଡ । ତେବେ ଏହି ଆଧାର କାର୍ଡରେ ଥିବା ଠିକଣା କେତେ ସତ ରହିଛି କେତେ ମିଛ ରହଛି ସେନେଇ ଆରମ୍ଭ ହୋଇଯାଇଛି ଖୋଳତାଡ । ତେବେ ଏହି ଆଧାର କାର୍ଡ କେମିତି ପ୍ରସ୍ତୁତ ହେଲା ସେନେଇ ପ୍ରଶ୍ନ ଉଠିଛି ।

ଓଡିଶାରେ ବାଂଲା ଦେହଜୀବୀଙ୍କ ଏହି ଦେହ ବ୍ୟବସାୟ ପଛରେ ପୋଲିସ ରାଣିମହୁମାଛି ଓ ତାର ସ୍ୱାମୀ ଇବ୍ରାହିମକୁ ଗିରଫ କରିଛି ସତ । କିନ୍ତୁ ଏହି ଦେହ କରାବାର ପଛରେ ରହିଥିବା ଦଲାଲମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଏହି ଦଲାଲମାନଙ୍କୁ ଗିରଫ କରିଛି ପୋଲିସ । ଏହି ରାକେଟ କିପରି ଅପରେଟ କରୁଥିଲା ସେନେଇ ଦଲାଲମାନଙ୍କୁ ପଚରା ଉଚରା କରୁଛି ପୋଲିସ ।

ଦଲାଲ ନମ୍ବର -୧ ଉତମ ଜେନା, ଦଲାଲ ନମ୍ବର -୨-ରାଜୁ, ଦଲାଲ ନମ୍ବର -୩ ପ୍ରଶାନ୍ତ ପରିଡା ,ଏହି ଦଲାଲମାନଙ୍କ ମୁଖ୍ୟ କାମ ଥିଲା
• ଗ୍ରାହକମାନଙ୍କ ପାଖରେ ଫଟୋ ପହଂଚାଇବା,
• ଗ୍ରାହକଙ୍କ ସହ ମୂଲଚାଲ
• କେଉଁ ଗ୍ରାହକଙ୍କ ପାଖକୁ, କେଉଁ ଦେହଜୀବୀ, କେତେବେଳେ ଓ କେମିତି ଯିବ ସେହି ନିଷ୍ପତି ନେବା ।

ଦେହ ବ୍ୟବସାୟର କିଙ୍ଗପିନ କୁହାଯାଉଥିବା ସୁନିଲ ମେହେରର ଲିଙ୍କ ରହିଛି ଦଲାଲମାନଙ୍କ ସହ । ତେଣୁ ଏହା ମଧ୍ୟ ସନ୍ଦେହ କରାଯାଉଛି, ଏହି ରାକେଟରେ ଏବେ ବି ଆହୁରି କିଛି ଝିଅ ସମ୍ପୃକ୍ତ ଅଛନ୍ତି , ଆହୁରି କିଛି ଦଲାଲ ମଧ୍ୟ ସମ୍ପୃକ୍ତ ଅଛନ୍ତି ଯେଉଁମାନଙ୍କୁ ଖୋଜୁଛି ପୋଲିସ । ସେକ୍ସ ରାକେଟ ଚାଲିଥିବା ସନ୍ଦେହ କରି ଏସଟିଏଫ ଚଢାଉ କରିବା ପରେ ପୁରୁଣା ଭୁବନେଶ୍ୱରର ଏକ ଘରୁ ବାଙ୍ଗାଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲା । ଏହି ସେକ୍ସ ରାକେଟ ସହ ଅନ୍ତର୍ଜାତୀୟ ର୍ୟାକେଟର ଲିଙ୍କ୍ ରହିଥିବା ନେଇ ସନ୍ଦେହ ହେବାରୁ ପୋଲିସ ଏହାର ଚେର କେତେ ଲମ୍ବିଛି ସେନେଇ ଅଧିକ ତଦନ୍ତ ଜାରି ରଖିଛି ।