କନକ ବ୍ୟୁରୋ: ରାଣୀଙ୍କୁ ନେଇ ନୂଆ ବିବାଦ । ‘ଆଇଟମ ଗର୍ଲ ରାଣୀ ପଣ୍ଡା’ ଟାଇଟଲକୁ ନେଇ ଟଣାଓଟରା । ରାଣୀଙ୍କ ଜୀବନୀ ଉପରେ ଉଭୟ ସିନେମା ଓ ଯାତ୍ରା ହେବାକୁ ଥିବା ବେଳେ ଏହାର ଟାଇଟଲକୁ ନେଇ ଉଠିଛି ବିବାଦ । ଗୋଟିଏ ଟାଇଟଲରେ କେମିତି ଯାତ୍ରା ଓ ସିନେମା ହୋଇପାରିବ ସେନେଇ ବିବାଦ ଉପୁଜିଛି ।
ତେବେ ଟାଇଟଲ ପାଇଁ ଟଣାଓଟରା ଲାଗିଥିବା ବେଳେ ସୋସିଆଲ ମିଡିଆରେ ଆମେ ନେଇଥିଲୁ ଲୋକଙ୍କ ମତାମତ । ରାଣୀ ପଣ୍ଡାଙ୍କ ଜୀବନୀ ଉପରେ ଯାତ୍ରା କିମ୍ବା ସିନେମା ହେବା ଉଚିତ କି ? ଶୀର୍ଷକ ପ୍ରଶ୍ନ କରି ଫେସବୁକରେ ସାଧାରଣ ଲୋକଙ୍କ ମତ ଲୋଡିଥିଲୁ । ତେବେ ରାଣୀଙ୍କ ସପକ୍ଷରେ ଅଳ୍ପ ମତ ଆସିଥିବା ବେଳେ ତାଙ୍କ ବିରୋଧରେ ମତ ଅଧିକ ଆସିଥିଲା । ରାଣୀ ପଣ୍ଡା କିଏ ବୋଲି କିଛି ଲୋକେ କମେଣ୍ଟ କରିଥିବା ବେଳେ ତାଙ୍କ ଜୀବନ ଉପରେ କଣ ପାଇଁ ଯାତ୍ରା, ସିନେମା ହେବ ତା ଉପରେ ପ୍ରଶ୍ନ କରିଛନ୍ତି ।
କିଛି ଫେସବୁକ ୟୁଜର୍ସ ରାଣୀଙ୍କ ବିରୋଧରେ ଲେଖିଛନ୍ତି । ପପୁ ମହାକୁଡ ନିଜ ମତ ରଖି କହିଛନ୍ତି ‘ଭୁବନେଶ୍ୱରରେ ତାଙ୍କ ପ୍ରତିମୂର୍ତ୍ତି କରିଦିଅ’ । ସେହିପରି ଆଶିଷ ନାୟକ ଲେଖିଛନ୍ତି ‘ସେ କଣ ମହାନ କାମ ଟା କରିଛି କି’ ? ବିଶ୍ୱଜିତ ଧଳ, ବାବା ପାଢି ‘ରାଣୀ ଇଜ ରାଇଟ’ ଲେଖିଛନ୍ତି ।
ତେବେ ଅନ୍ୟକିଛି ୟୁଜର୍ସ ମଝି ମଝିଆ ମତ ଦେଇଛନ୍ତି । ଓଡିଆ ସିନେମା ଅନ୍ୟ କେଉଁଠୁ କାହାଣୀ ଚୋରି କରି କରିବା ଅପେକ୍ଷା ରାଣୀ ପଣ୍ଡାଙ୍କ କାହାଣୀ କରିବା ଉଚିତ ବୋଲି ମତ ଦେଇଛନ୍ତି ନିତ୍ୟାନନ୍ଦ ବେହେରା । ତେବେ ‘ଆଇଟମ ଗର୍ଲ ରାଣୀ ପଣ୍ଡା’କୁ ନେଇ କଣ ହେଉଛି ତାହା ଦେଖିବାର ବାକି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/RANIPANDA-1.jpg)
/kanak/media/post_attachments/wp-content/uploads/2019/08/RANI-300x169.jpg)