ଫେସବୁକର ନୂଆ ଭିଡିଓ ପ୍ଲାଟଫର୍ମ ! ‘ୱାଚ୍’ ଫିଚର ଜାରି କରି ଫେସବୁକ୍ ୟୁଟ୍ୟୁବକୁ ଦେଲା ଟକ୍କର

39

ଲୋକପ୍ରିୟ ସୋସିଆଲ ମିଡିଆ ଫେସବୁକ୍ ଏବେ ସମସ୍ତଙ୍କୁ କରିଛି କିମିଆ । ଛୋଟ ଠାରୁ ବଡ ସମସ୍ତେ ଫେସବୁକରେ ପାଗଳ । ଏହି ଚର୍ଚ୍ଚିତ ସୋସିଆଲ ମିଡିଆ ଏବେ ଏକ ନୂଆ ଭିଡିଓ ପ୍ଲାଟଫର୍ମ ଲଂଚ କରିଛି । ବର୍ତ୍ତମାନ ପାଇଁ ଏହା ଛୋଟ ଗ୍ରୁପ ପାଇଁ ଉଦ୍ଦିଷ୍ଟ ରହିଛି । ଏହା ସାଧାରଣ ଭିଡିଓ ଫିଚର ଠାରୁ ସଂପୂର୍ଣ୍ଣ ଭିନ୍ନ ଅଟେ । କାରଣ ଏଥିରେ ନେଟ୍-ଫ୍ଲିକ୍ସ ଓ ଆମାଜନ ପ୍ରାଇମ୍ ଭଳି ଓରିଜିନାଲ୍ ଭିଡିଓ ଏବଂ ପ୍ରୋଗ୍ରାମକୁ ସ୍ଥାନ ଦିଆଯିବ । ଏହାଛଡା ୟୁଟ୍ୟୁବ୍ ଭଳି ଏଥିରେ ମଧ୍ୟ କ୍ରିଏଟର୍ସ ଭିଡିଓ ପ୍ରୋଗ୍ରାମ ତିଆରି କରିପାରିବେ ।

ବର୍ତ୍ତମାନ ଫେସବୁକ୍ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଆପ୍ ରେ ଏକ ଭିଡିଓ ଟ୍ୟାବ୍ ରହିଛି । ଯାହାକୁ ଏହି ନୂଆ ଫିଚର ରିପ୍ଲେସ୍ କରିଦେବ । ଲଂଚ ଇଭେଂଟ ସମୟରେ ଲୋକପ୍ରିୟ ଭିଡିଓ ଚ୍ୟାନେଲ୍ ‘ନାସ୍ ଡେଲି’ର ଭିଡିଓ ଦେଖାଯାଇଥିଲା । ଆଗାମୀ ସମୟରେ ମିଡିଆ ପବ୍ଲିଶର୍ସ ପାଇଁ ଏହାକୁ ଆରମ୍ଭ କରାଯିବ ।

ଫେସବୁକର ଏହି ନୂଆ ପ୍ଲାଟଫର୍ମର ନାମ ‘ୱାଚ୍’ ରଖାଯାଇଛି ଏବଂ ଏହା ଖଣ୍ଡାର ଦୁଇ ଧାର ପରି ସାବ୍ୟସ୍ତ ହୋଇଛି । କାରଣ ଏହା ନେଟ୍ ଫ୍ଲିକ୍ସ ଭଳି ଓରିଜିନାଲ୍ କଂଟେଣ୍ଟ କ୍ରିଏଟରକୁ ଟକ୍କର ଦେବା ସହ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏହି ନୂଆ ଭିଡିଓ ଫିଚର ମୋବାଇଲ୍ ସାଇଟ୍ , ଆପ୍ ଓ ଟିଭି ଆପ୍ ରେ ଦେଖାଯିବ । ଆମେରିକାର କିଛି ୟୁଜର୍ସ ଏହାକୁ ବ୍ୟବହାର ତ କରିବେ କିନ୍ତୁ ଏହାର ଟେଷ୍ଟିଂ ମଧ୍ୟ ଜାରି ରହିବ । ଫେସବୁକ୍ କିଛି ସିରିଜ୍ ମଧ୍ୟ ହୋଇପାରେ ଏବଂ ଏହା ସହ କଂଟେଣ୍ଟ ତିଆରି କରୁଥିବା ବ୍ୟକ୍ତିଙ୍କୁ ଅର୍ଥରାଶି ଦେଇ ଅରିଜିନାଲ୍ ଭିଡିଓ ମଧ୍ୟ ପ୍ରସ୍ତୁତ କରିବ ।

ଏବେ ଆପଣ ଭାବୁଥିବେ , ଏଥିରୁ ଆପଣଙ୍କର କଣ ଫାଇଦା ମିଳିପାରିବ ?
ହଁ ଏଥିରୁ ଆପଣଙ୍କୁ ଫାଇଦା ମିଳିବ । ଫେସବୁକ୍ ଏପିସୋଡ୍ ପାଇଁ ୱାଚ୍ ଲିଷ୍ଟ ତିଆରି କରିଛି । କୈାଣସି ଏପିସୋଡକୁ ପରେ ଦେଖିବା ପାଇଁ ୱାଚ୍ ଲେଟର ଦେଇପାରନ୍ତି । ଏଥିରେ ଅଲଗା ଅଲଗା ଶ୍ରେଣୀ କରାଯାଇଛି । ଯେଉଁଥିରେ ପପୁଲାର ଭିଡିଓ , ଯାହାକୁ ବେଶୀ ଲୋକେ ପସନ୍ଦ କରୁଛନ୍ତି ଓ କେଉଁ ଭିଡିଓ ଲୋକଙ୍କୁ ହସାଉଛି । ଏହା ଛଡା ଆଉ ଏକ ଶ୍ରେଣୀ ହେବ , ଯେଉଁଥିରେ ଜଣାପଡିବ ଆପଣଙ୍କ ବନ୍ଧୁ କେଉଁ ଭିଡିଓ ପସନ୍ଦ କରୁଛନ୍ତି । ଭାରତକୁ ଏହି ଫିଚର ଆସନ୍ତା ବର୍ଷରେ ଆସିପାରେ । (ସୌଜନ୍ୟ – ଆଜତକ୍)