ରହସ୍ୟମୟ ହେଉଛି ଆଖି ଗାଏବ ଘଟଣା: ଶବଗୃହରୁ କିଏ ନେଲା ଆଖି ? ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣକାରୀଙ୍କ ଉପରେ ସୃଷ୍ଟି ହେଲା ସଂଦେହ

325

କନକ ବ୍ୟୁରୋ: କୁନି ଝିଅକୁ ଧରି ହସ୍ପିଟାଲ ଆସିଥିଲେ । ଆଶା କରିଥିଲେ ଚିକିତ୍ସା ସାରି ଘରକୁ ଫେରିଯିବେ । ହେଲେ ଦଇବର ବିଧାନ ଥିଲା କିଛି ଅଲଗା । ଭଲ ହୋଇ ସାରା ଦୁନିଆ ଦେଖିବା ଆଗରୁ ସବୁ ଦିନ ପାଇଁ ଆଖିବୁଜି ଦେଲା ୪ ବର୍ଷର ପ୍ରୀତି । ହସ୍ପିଟାଲ କର୍ତ୍ତୃପକ୍ଷ କହିଲେ ପୋଷ୍ଟମର୍ଟମ୍ ନହେଲେ ଶବ ଛାଡ଼ି ହେବ ନାହିଁ । ବାଧ୍ୟ ହୋଇ ରାତିରେ ଶବଗୃହରେ ରଖିଲେ ଗେହ୍ଲା ଝିଅର ମୃତଦେହକୁ । ହେଲେ ପରଦିନ ଶବଗୃହରୁ ମୃତଦେହ ବାହାରିଲା ବେଳକୁ କୁନି ଝିଅର ଆଖି ଦୁଇଟି ଗାଏବ ହୋଇଯାଇଥିଲା । ଅନୁଗୁଳ ହସ୍ପିଟାଲର ଏହି ଘଟଣା ପରେ ଝିଅର ଆଖି ଗଲା କୁଆଡେ ଗଲା ବୋଲି ପ୍ରଶ୍ନ ପଚାରି ପଚାରି ନୟାନ୍ତ ହୋଇ ପଡିଲେଣି ପରିବାର ଲୋକେ ।

ଶବଗୃହରୁ ଶବର ଆଖି ଗାଏବ୍ ହୋଇଯିବା ପରେ ପରିବାର ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ । କାରଣ, ଗୋଟିଏ ରାତି ଭିତରେ ଏମିତି କ’ଣ ଘଟଣା ଘଟିଲା ଯେ, କୁନି ଝିଅର ଆଖି ଅଚାନକ୍ ଉଭାନ୍ ହୋଇଗଲା । ଆଖି ତଡା ଘଟଣା ହଇଚଇ ସୃଷ୍ଟି କରିବା ପରେ କାରଣ ଖୋଜିବାକୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ପହଂଚିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ । ତେବେ ଆଖି ତଡା ଘଟଣାକୁ ସେ ଅସ୍ୱୀକାର କରିବାଥିବା ବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଘଟଣାରେ ଦୋଷୀଙ୍କୁ ଚିହ୍ନଟ କରି ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତ ଶିଶୁଙ୍କ ସଂପର୍କିୟ ।


ଗୋଟିଏ ରାତିରେ ଏମିତି ଏକ ଘଟଣା ପରେ ମନରେ ପ୍ରଶ୍ନ ଆସୁଛି ଯେ ଆଖି ଗାଏବ ଘଟଣାର ପ୍ରକୃତ କାରଣ କଣ ହୋଇପାରେ । ତେବେ ଘଟଣା ପଛର କିଛି ଆଶଙ୍କା ଥାଇପାରେ ବୋଲି ଅନୁମାନ କରିହେଉଛି ।
ଆଶଙ୍କା ନମ୍ବର-୧
-କୁନି ଶିଶୁର ଆଖି ଓଲଟି ଯାଇଥାଇପାରେ । ଅର୍ଥାତ୍ ଆଖିର କଳା ଅଂଶଟି ଭିତରକୁ ଚାଲି ଯାଇଥାଇପାରେ ।
ଆଶଙ୍କା ନମ୍ବର-୨
– କୌଣସି ମୂଷା, ଚୁଚୁନ୍ଦ୍ରା ଭଳି ଜନ୍ତୁ ଆଖିକୁ ନଷ୍ଟ କରି ଦେଇ ଥାଇପାରନ୍ତି ।
ଆଶଙ୍କା ନମ୍ବର-୩
-ଶବଗୃହରେ ପଶି କୁନି ଝିଅର ଆଖି ତାଡ଼ି ନେଇଛନ୍ତି କି ଦୁର୍ବୃତ୍ତ ?
ଆଶଙ୍କା ନମ୍ବର-୪
-ରହିଛି କି ଅଙ୍ଗପ୍ରତ୍ୟକ୍ଷ ଚୋରାଚାଲାଣ ର‌୍ୟାକେଟର ହାତ ?

ତେବେ ଏ ସଂପର୍କରେ କିଛି ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲୁ । ଡାକ୍ତରଙ୍କ କହିବାର କଥା ହେଉଛି କିଛି କ୍ଷେତ୍ରରେ ଆଖି ଭିତରକୁ ଚାଲିଯାଇଥାଏ । ତେବେ ମୂଷା ନଷ୍ଟ କରିବା ନେଇ ଯେଉଁ କିଛି ଲୋକ ମତ ଦେଉଛନ୍ତି, ତାହା ସମ୍ଭବ ନୁହେଁ କାରଣ ଫ୍ରିଜର ଭିତରକୁ ମୂଷା ଯିବ କେମିତି? ଆଉ ଆଖି ତାଡି ନେବା ଆଶଙ୍କାକୁ ବି ଏଡାଇ ଦିଆଯାଇନପାରେ । କାରଣ ମୃତଦେହରୁ କେବଳ ଆଖି ଉଭାନ ହୋଇନି, ବରଂ ନାକ ଓ ମୁହଁରେ କ୍ଷତ ଚିହ୍ନ ବି ରହିଛି ।

ଅନୁଗୁଳରେ ଆଖି ତଡା ଘଟଣା ଯେତିକି ରହସ୍ୟମୟ ହେଉଛି ସେତିକି ସନ୍ଦେହ ମଧ୍ୟ ଆଣୁଛି । ତେବେ ରହସ୍ୟ ଉପରୁ କେବେର୍ରଦା ହଟୁଛି ତାହା ଉପରେ ନଜର ରହିଛି ।