କାନପୁର-ଭିୱାନୀ କାଲିନ୍ଦୀ ଏକ୍ସପ୍ରେସର ଜେନେରାଲ କୋଚ୍ ର ଶୌଚାଳୟରେ ବିସ୍ଫୋରଣ ହୋଇଥିବା ଖବର ମିଳିଛି । ପ୍ରାରମ୍ଭିକ ସୂଚନା ମୁତାବକ, ଟ୍ରେନ୍ ର ଜେନେରାଲ କୋଚର ଟଏଲେଟରେ ପାଖାପାଖି ୭ଟା ୧୦ ମିନିଟରେ ବିସ୍ଫୋରଣ ହୋଇଛି । ଏହା କମ୍ ତୀବ୍ରତାର ବିସ୍ଫୋରଣ ଥିଲା । ଘଟଣାସ୍ଥଳରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନାଁରେ ଲେଖାଯାଇଥିବା ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଛି । ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି ।
ଏହି ବିସ୍ଫୋରଣର ସୂଚନା ପରେ ଆଣ୍ଟି-ଟେରୋରିଷ୍ଟ ସ୍କ୍ୱାଡର ଟିମ୍ ଓ ରେଳବାଇ ପୁଲିସ୍ ଘଟଣାସ୍ଥଳରେ ପହଂଚି ସର୍ଚ୍ଚ ଅପରେସନ୍ ଜାରି ରଖିଛି । କାନପୁର ସହରର ବରାଜପୁର ରେଲୱେ ଷ୍ଟେସନରେ ଏହି ବିସ୍ଫୋରଣ ହୋଇଛି । ଟଏଲେଟରେ କେହି ବିସ୍ଫୋଟକ ସାମଗ୍ରୀ ରଖିଥିଲା, ଯାହାକି ବିସ୍ଫୋରଣ ହୋଇଛି । ଏହି ଘଟଣା ପରେ ସେହି ଅଂଚଳରେ ଆତଙ୍କ ଖେଳିଯାଇଛି । ଏହାପରେ ଟ୍ରେନର ସମସ୍ତ କୋଚ ରେ ତଦନ୍ତ ପ୍ରକ୍ରିୟା ଚାଲିଛି । ଏପର୍ଯ୍ୟନ୍ତ ଜଣାପଡିନି କି ବିସ୍ଫୋରଣରେ କେଉଁ ସାମଗ୍ରୀର ବ୍ୟବହାର କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/2ae7a7dd-e975-4f8c-826f-7601756bc4cc.jpeg)
/kanak/media/post_attachments/wp-content/uploads/2019/02/793746-201808070919212559567-300x169.jpg)