ପଦ୍ମ ଧରିଲେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । କଟକରୁ ହୋଇପାରନ୍ତି ପ୍ରାର୍ଥୀ

437

କନକ ବ୍ୟୁରୋ : ପଦ୍ମ ଧରିଲେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ପ୍ରକାଶ ଗେରୁଆ ଶିବିରକୁ ଏଣ୍ଟ୍ରି ମାରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଆଉ ଏହାସହ ପ୍ରକାଶଙ୍କୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି ।

ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ପ୍ରକାଶଙ୍କୁ ବିଜେପି କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିବ । ଏହାପୂର୍ବରୁ ପ୍ରକାଶ ବିଭିନ୍ନ କାରଣ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । ତାଙ୍କୁ ପୋଲିସ ଡିଜି ପଦରୁ ହଟାଯିବା ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ଏପରିକି ସିବିଆଇ ନିର୍ଦ୍ଦେଶକ ରେସରେ ପ୍ରକାଶ ଆଗରେ ମଧ୍ୟ ରହିଥିଲେ । ତେବେ ପ୍ରକାଶଙ୍କ ନାଁରେ ଭିଜିଲାନ୍ସ ନିର୍ଦ୍ଦେଶକ ଦୁର୍ନୀତି ଅଭିଯୋଗ ଆଣିବା ପରେ ଏହି ରେସରୁ ବାଦ ପଡିଥିଲେ । ସେବେଠାରୁ ବିଜେଡି ସରକାର ସହ ପ୍ରକାଶଙ୍କର ତିକ୍ତ ସର୍ମ୍ପକ ରହି ଆସିଛି ।