ବିଭାଜନ ପରେ ମଧ୍ୟ ପାକିସ୍ତାନ ପାଇଁ କାମ କରୁଥିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଜାଣନ୍ତୁ କାହିଁକି 

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭାରତର କେନ୍ଦ୍ରୀୟ ବ୍ୟାଙ୍କ ।

99

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭାରତର କେନ୍ଦ୍ରୀୟ ବ୍ୟାଙ୍କ । କୈାଣସି ଦେଶରେ ଗୋଟିଏ କେନ୍ଦ୍ରୀୟ ବ୍ୟାଙ୍କ ହେବା ପରମ୍ପରାର ଅଂଶ । ଏଥିପାଇଁ ଅଧିକାଂଶ କେନ୍ଦ୍ରୀୟ ବ୍ୟାଙ୍କ ବର୍ଷ ୧୯୦୦ ପରେ ସ୍ଥାପିତ ହୋଇଛି । ଆରବିଆଇର ବିଷୟବସ୍ତୁ ଆମ୍ବେଦକରଙ୍କ ବହିରେ ଦିଆଯାଇଥିବା ବିଚାର, କାମ କରିବାର ଉପାୟ ଓ ସଂରଚନା ହିସାବରେ କରାଯାଇଥିଲା । ଏହି ବହିର ନାମ ଥିଲା, ‘ଦ ପ୍ରୋବଲମ୍ ଅଫ୍ ରୂପି-ଇଟ୍ସ ଓରିଜିନ୍ ଆଣ୍ଡ ଇଟ୍ସ ସଲ୍ୟୁସନ୍’ ।

ରିଜର୍ଭ ବ୍ୟାଙ୍କର ସ୍ଥାପନା ଦ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକ୍ଟ, ୧୯୩୪ ଅଧିନରେ ହୋଇଥିଲା । ଏହାର ସ୍ଥାପନା ହିଲ୍ଟନ ୟଙ୍ଗ କମିଶନଙ୍କ ସୁପାରିଶରେ କରାଯାଇଥିଲା । ୧୯୩୭ରେ ମିଆଁମାର ଭାରତୀୟ ୟୁନିୟନ ଠାରୁ ଅଲଗା ହୋଇଗଲା କିନ୍ତୁ ରିଜର୍ଭ ବ୍ୟାଙ୍କ ଜାପାନର କବଜା ପରେ ବି ୧୯୪୭ ପର୍ଯ୍ୟନ୍ତ କେନ୍ଦ୍ରୀୟ ବ୍ୟାଙ୍କ ଭାବେ କାମ ଜାରି ରଖିଥିଲା ।

ଭାରତ ବିଭାଜନ ପରେ ବି ରିଜର୍ଭ ବ୍ୟାଙ୍କ ମଧ୍ୟ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ଥିଲା । ଏହି କାମ ଜୁନ୍, ୧୯୪୮ ପର୍ଯ୍ୟନ୍ତ କଲା । ଯେପର୍ଯ୍ୟନ୍ତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପାକିସ୍ତାନରେ କାମ କରିବା ଆରମ୍ଭ କରିନଥିଲା । ଯେବେଠାରୁ ରିଜର୍ଭ ବ୍ୟାଙ୍କର ସ୍ଥାପନା ହେଲା, ଏହା ବିକାଶ, ବିଶେଷ କରି କୃଷିର ବିକାଶରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବ୍ୟାଙ୍କ ଭାବେ ଦେଖାଗଲା ।