ଆରମ୍ଭ ହୋଇଛି କେଉଁଝର ଜିଲ୍ଲାର ବହୁ ପ୍ରତିକ୍ଷିତ ଯୋଡା ମହୋତ୍ସବ ! ଉଦଘାଟନ କଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ।

ମହୋତ୍ସବରେ ଲକ୍ଷ ଲକ୍ଷ ଲୋକ ସାମିଲ ହେବା ସହିତ ଏହାକୁ ଉଦଘାଟନ କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା ।

74

କନକ ବ୍ୟୁରୋ: ଆରମ୍ଭ ହୋଇଛି କେନ୍ଦୁଝର ଜିଲ୍ଲାର ବହୁ ପ୍ରତିକ୍ଷିତ ଯୋଡା ମହୋତ୍ସବ । ଏହି ମହୋତ୍ସବରେ ଲକ୍ଷ ଲକ୍ଷ ଲୋକ ସାମିଲ ହେବା ସହିତ ଏହାକୁ ଉଦଘାଟନ କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା । ତେବେ ଏହି ଲୋକପ୍ରିୟ ଯୋଡା ମହୋତ୍ସବ ଆସନ୍ତା ତିନିଦିନ ଧରି ଚାଲିବ ।

କେଉଁଝରରେ ଆରମ୍ଭ ହୋଇଥିବା ବହୁ ପ୍ରତିକ୍ଷିତ ଯୋଡା ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ନାଚ ଗୀତ ଏବଂ ଓଡିଶୀ ନୃତ୍ୟରେ ଦୁଲୁକିଛି ମଞ୍ଚ । ଏହି ମହୋତ୍ସବକୁ ଲକ୍ଷ ଲକ୍ଷ ଲୋକ ମନ ଭରି ଉପଭୋଗ କରିଛନ୍ତି । ରାଜ୍ୟରେ ପ୍ରବଳ ଶୀତର ପ୍ରକୋପ ଥାଇ ମଧ୍ୟ ଲୋକମାନେ ଏହି ମହୋତ୍ସକୁ ଭୁଲି ନାହାନ୍ତି । ଏଠାରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇ ମହୋତ୍ସବର ପ୍ରଥମ ସନ୍ଧ୍ୟାକୁ ମନଭରି ଉପଭୋଗ କରିଛନ୍ତି । ଏଥି ସହିତ ଖାଦ୍ୟମେଳାରେ ସସ୍ୱାଦ ଖାଦ୍ୟର ମଧ୍ୟ ମଜା ଉଠାଇଛନ୍ତି ଦର୍ଶକ । ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀମାନେ ପକାଇଥିବା ଷ୍ଟଲରେ ବିଭିନ୍ନ ସାମଗ୍ରୀ କିଣିବା ସହ ମନୋରମ କାର୍ଯ୍ୟକ୍ରମ ଓ ଏକ ଭଲ ପରିବେଶର ଆନନ୍ଦ ଉଠାଇଛନ୍ତି ଦର୍ଶକ ।