ପୁଣି ଥରେ ବନ୍ଧା ହୋଇ ପାରନ୍ତି ମୁନ୍ନା ଭାଇ !

49

ବଲିଉଡ୍ ଅଭିନେତା ସଂଜୟ ଦତ୍ତଙ୍କ ବିରୋଧରେ ଗିରଫ୍ ପରୱାନା ଜାରି କରାଯାଇଛି । ସିନେମା ପ୍ରଯୋଜକ ସକିଲ ନୁରାନୀ ଏନେଇ କୋର୍ଟରେ ସଂଜୟଙ୍କ ବିରୋଧରେ ମାମଲା ଦାଏର କରିଥିଲେ ।

ତେବେ ସିନେମା ନିର୍ମାତା ସକିଲ୍ ନୁରାନୀ ସଂଜୟଙ୍କ ବିରୋଧରେ ଦେଇଥିବା ଅଭିଯୋଗରେ କହିଛନ୍ତି, ୨୦୦୨ରେ ନୁରାନୀଙ୍କ ସିନେମା ‘ଜାନ୍ କି ବାଜି’ର ସୁଟିଂ ସଂଜୟ ଅଧାରୁ ଛାଡି ଦେଇଥିଲେ । ତେବେ ସିନେମା ବାବଦରେ ସଂଜୟଙ୍କୁ ଦିଆଯାଇଥିବା ଟଙ୍କା ମଧ୍ୟ ସଂଜୟ ନୁରାନୀଙ୍କୁ ଫେରାଇ ନାହାନ୍ତି ।

ନୁରାନୀ ଏନେଇ ପ୍ରଥମେ ଇଣ୍ଡିଆନ୍ ମୋସନ୍ ପିକଚର୍ସ ଅସୋସିଏସନ୍ ସହ ସଂପର୍କ କରି ସଂଜୟଙ୍କୁ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସେ ମୁମ୍ବାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ମାମଲାର ପରବର୍ତୀ ଶୁଣାଣି ଅଗଷ୍ଟ ୨୯ରେ ହେବ ।