ପୁଣି ଥରେ ବିବାହ କରିପାରନ୍ତି ବିରୁଷ୍କା ! ପଛରେ ରହିଛି ବିରାଟ କାରଣ

29

ବହୁ ଚର୍ଚ୍ଚିତ ଯୋଡ଼ି ବିରାଟ ଏବଂ ଅନୁଷ୍କାଙ୍କ ବିବାହ ନିକଟରେ ବେଶ୍ ଧୂମ ଧାମରେ ହୋଇ ସଂପନ୍ନ ହୋଇଛି । ଯାହାକି ୨୦୧୭ର ସବୁଠାରୁ ଚର୍ଚ୍ଚିତ ଖବରରେ ବି ସ୍ଥାନ ପାଇଛି । ତେବେ ଅନୁଷ୍କା ଏବଂ ବିରାଟଙ୍କର ବିବାହ କିନ୍ତୁ ସମସ୍ତଙ୍କ ଅଜ୍ଞାତରେ ସମ୍ପନ୍ନ ହୋଇଥିଲା, ଯେଉଁଥିପାଇଁ ଉଭୟଙ୍କ ଅନେକ ପ୍ରିୟପରିଜନ ଏଥିରେ ସାମିଲ ହୋଇପାରିନଥିଲେ । କାରଣ ତାଙ୍କର ବିବାହ ଏତେ ଗୋପନୀୟ ରହିଥିଲା କି  ସେମାନେ ସେମାନଙ୍କର ଅଧିକାଂଶ ସମ୍ପର୍କୀୟଙ୍କୁ ଆମନ୍ତ୍ରଣ କରିପାରି ନଥିଲେ । ବୋଧହୁଏ ଏହି କାରଣରୁ ଦୁହେଁ ପୁଣି ଥରେ ବିବାହ କରିପାରନ୍ତି ବୋଲି ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

 

 

ସୂଚନା ମୁତାବକ, ବିରୁଷ୍କାଙ୍କ ବିବାହରେ କିଛି ଏଭଳି ଭୁଲ ରହିଯାଇଛି ଯେଉଁଥିପାଇଁ  ଦୁହେଁ ପୁନର୍ବାର ବିବାହ କରିପାରନ୍ତି । ବାସ୍ତବରେ ବିରାଟ ଏବଂ ଅନୁଷ୍କା ଅନ୍ୟ ଏକ ଅଂଚଳରେ ବିବାହ କରିଥିଲେ ସତ୍ୟ କିନ୍ତୁ ଏହା ବିଷୟରେ ରୋମ ସ୍ଥିତ ଭାରତୀୟ ଦୂତାବାସଙ୍କୁ ଖବର ମିଳିନଥିଲା । ତେବେ ଦୁହିଁଙ୍କ ବିବାହର ରେଜିଷ୍ଟ୍ରେସନରେ ଅସୁବିଧା ହୋଇପାରେ ବୋଲି ଆଶା କରାଯାଉଛି ଆଉ ଯଦି ଏଭଳି ହୁଏ ତେବେ ଉଭୟଙ୍କୁ ପୁଣି ଥରେ ବିବାହ କରିବାକୁ ପଡିପାରେ ।  ପଂଜାବ-ହରିୟାଣା ହାଇକୋର୍ଟର ଓକିଲ ଏବଂ ଅମ୍ବାଲା ନିବାସୀ ହେମନ୍ତ କୁମାରଙ୍କ ଦ୍ୱାରା ବିଦେଶ ମନ୍ତ୍ରାଳୟରେ ଡିସେମ୍ବର ୧୩ ତାରିଖରେ ଏକ ଆରଟିଆଇ ଜାରି ହୋଇଥିଲା ଯାହାର ଜବାବ ଗତ ୪ ତାରିଖରେ ରୋମ ସ୍ଥିତ ଭାରତୀୟ ଦୂତାବାସ ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ବିରାଟ ଏବଂ ଅନୁଷ୍କା ନିୟମାନୁସାରେ ନିଜ ବିବାହ ବିଷୟରେ ଇଟାଲୀ ସ୍ଥିତ ଭାରତୀୟ ଦୂତାବାସର ମ୍ୟାରେଜ ଅଫିସରଙ୍କୁ ଏହି ବିଷୟରେ ସୂଚନା ଦେଇନଥିଲେ ।

ଏକ ମିଡିଆ ରିପୋର୍ଟ ଅନୁସାରେ, ହେମନ୍ତ କୁମାର କହିଛନ୍ତି ଯେ ନିୟମାନୁଯାୟୀ ଯଦି କୌଣସି ଭାରତୀୟ ବ୍ୟକ୍ତି ଅନ୍ୟ ଦେଶରେ ବିବାହ କରନ୍ତି ତେବେ ବିଦେଶ ବିବାହ ଅଧିନିୟମ ୧୯୬୯ ଅନୁସାରେ ତାଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । କିନ୍ତୁ ବିରାଟ ଏବଂ ଅନୁଷ୍କାଙ୍କ ବିବାହ ଅଧିନିୟମ ଅନୁସାରେ ସମ୍ପନ୍ନ ହୋଇନାହିଁ । ତେଣୁ ଦୁହିଁଙ୍କୁ ଦ୍ୱିତୀୟବାର ବିବାହ କରିପାକୁ ପଡିପାରେ ।