ଚୀନ ସିନେମା ଦୁନିଆରେ ଝଡ଼ ସୃଷ୍ଟି କରିଛି ଆମୀର ଖାନଙ୍କ ‘ଦଙ୍ଗଲ’ । ବକ୍ସ ଅଫିସ କଲେକ୍ସନରେ ସମସ୍ତ ରେର୍କଡ ଭାଙ୍ଗିବା ସହ ଏବେ ଦଙ୍ଗଲକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି । ଅନ୍ୟପଟେ ଚାଇନାରେ ସିନେମାକୁ ଦିଆଯାଇଛି ଟ୍ରିବ୍ୟୁଟ୍ । ଚୀନର ଏକ ଆଟିଷ୍ଟଗ୍ରୁପ ଦଙ୍ଗଲର ଏକ ଗୀତ ତଥା ‘ଧକାଡ’ରେ ପରଫର୍ମ କରି ସିନେମାକୁ ଟ୍ରିବ୍ୟୁଟ ଦେଇଛନ୍ତି । ଚାଇନା କଳାକାରମାନେ ହିନ୍ଦୀ ଗୀତରେ ବେଶ ଝୁମିଛନ୍ତି । ସେହିପରି ୟୁଟ୍ୟୁବରେ ମଧ୍ୟ ଗୀତଟିକୁ ଲକ୍ଷାଧିକ ଭ୍ୟୁୟର୍ସ ଦେଖିସାରିଲେଣି ।
ତେବେ ରେସଲର ମହାବୀର ସିଂ ଫୋଗଟଙ୍କ ଜୀବନିକୁ ନେଇ ୨୦୧୬ରେ ରିଲିଜ ହୋଇଥିବଲା ସିନେମା ‘ଦଙ୍ଗଲ’ । ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବାୟୋପିକରେ ଆମୀର ଖାନ, ସାନା ଶେଖ ଓ ସାକ୍ଷୀ ତନୱର ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ । ୱାଲ୍ଡ ୱାଇଡ ୨ହଜାର କୋଟି ବକ୍ସ ଅଫିସ କଲେକ୍ସନ କରି ନୂଆ ମାଇଲଷ୍ଟୋନ ସୃଷ୍ଟି କରିଛି ସିନେମା ‘ଦଙ୍ଗଲ’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/dangal.jpg)