ଆସିଲା ମାଷ୍ଟର ବ୍ଲାଷ୍ଟରଙ୍କ ବାୟୋପିକ ! ସିନେମା ‘ସଚିନ ଏ ବିଲିଅନ୍ ଡ୍ରିମ୍ସ’ର ଟ୍ରେଲର ହେଲା ରିଲିଜ୍

38

ସଚିନ ତେନ୍ଦୁଲକରଙ୍କ ଉପରେ ନିର୍ମାଣ ହୋଇଥିବା ବାୟୋପିକ ସିନେମା ‘ସଚିନ-ଏ ବିଲିୟନ ଡ୍ରିମ୍ସ’ର ଆଜି ଟ୍ରେଲର ରିଲିଜ ହୋଇଯାଇଛି । ଏହି ଟ୍ରେଲରକୁ ଖୋଦ୍ ସଚିନ ରିଲିଜ କରାଇଛନ୍ତି । ମାତ୍ର ୨ ମିନିଟର ଏହି ଟ୍ରେଲରରେ ସଚିନଙ୍କ ଜୀବନର ବାସ୍ତବ କାହାଣୀକୁ ପ୍ରଦର୍ଶିତ କରାଯାଇଛି । ତେବେ ଏହି ଟ୍ରେଲରରେ ସଚିନଙ୍କ ପତ୍ନୀ ଅଂଜଳୀ, ସାଥୀ କଳାକାର, ମହେନ୍ଦ୍ର ସିଂ ଧୋନୀ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି ।

ସେହିପରି ସଚିନଙ୍କ ସମୟରେ ହୋଇଥିବା ମ୍ୟାଚ ଫିକ୍ସିଂ ବି ଏଥିରେ ଖୁବ୍ ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି । ମୁମ୍ବାଇର ଶିବାଜୀ ମଇଦାନରୁ ଆରମ୍ଭ କରିଥିବା ଖେଳ ଜୀବନ କିପରି ତାଙ୍କୁ କ୍ରିକେଟର ଭଗବାନ ସଜାଇ ଦେଇଥିଲା ତାହା ଏହି ସିନେମାରେ ଦର୍ଶକ ଦେଖିବାକୁ ପାଇବେ । ଏହି ସିନେମାର ସଂଗୀତ ନିର୍ଦେଶନା ଦେଇଛନ୍ତି ଏ ଆର ରହମାନ୍ । ସେହିପରି ୫ଟି ଭାଷାରେ ଏହି ସିନେମା ମେ’ ୨୬ ରେ ପରଦାକୁ ଆସିବ ।

ଦେଖନ୍ତୁ ଏହି ଭିଡିଓ –