ଗର୍ଭବତୀ ଅଛନ୍ତି ସନ୍ନି ଲିଓନି ! ଏକ ରିୟାଲିଟି ଶୋ’ରେ ସନ୍ନି କଲେ ଖୁଲାସା

59

ମାଆ ହେବାକୁ ଯାଉଛନ୍ତି ବଲିଉଡ୍ ହଟ୍ ଅଭିନେତ୍ରୀ ସନ୍ନି ଲିଓନି । ଯାହାର ଖୁଲାସା ଖୋଦ୍ ସନ୍ନି ଏକ ରିୟାଲିଟି ଶୋ’ରେ କରିଛନ୍ତି ।

ସୂଚନା ମୁତାବକ, ନିକଟରେ ସନ୍ନି ଲିଓନି ଟେଲିଭିଜନ ଜଗତର ଲୋକପ୍ରିୟ ଶୋ’ ତଥା କପିଲ ଶର୍ମାଙ୍କ ଶୋ’ରେ ସାମିଲ ହୋଇ ଏହାର ଖୁଲାସା କରିଥିଲେ । ତେବେ ପ୍ରକୃତ ମାମଲାଟି ହେଲା, ସନ୍ନି ତାଙ୍କ ସ୍ୱାମୀ ଡାନିଏଲଙ୍କ ସହ କପିଲଙ୍କ ଶୋ’କୁ ଆସିଥିଲେ । ଏବଂ ଶୋ’କୁ ବହୁତ ଉପଭୋଗ କରିଥିଲେ । ତେବେ ଶୋ’ ଚାଲିଥିବା ସମୟରେ କପିଲ ସନ୍ନିଙ୍କୁ ଏକ ଡାଇଲଗ କହିବାକୁ କହିଥିଲେ । ତେବେ ଡାଇଲଗଟି ଏପରି ଥିଲା କି, ‘ରମେଶ ମୁଁ ତୁମ ପିଲାର ମାଆ ହେବାକୁ ଯାଉଛି ।’ ମାତ୍ର ସନ୍ନି ଏହି ଡାଇଲଗରେ ରମେଶ ନାଁକୁ ହଟାଇ ତାଙ୍କ ସ୍ୱାମୀ ଡାନିଏଲଙ୍କ ନାଁ ନେଇ କହିଥିଲେ , ‘ଡାନିଏଲ ମୁଁ ତୁମ ପିଲାର ମାଆ ହେବାକୁ ଚାହୁଁଛି ।’ ଯେତେବେଳେ ଡାନିଏଲ ସନ୍ନିଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ ସେତେବେଳେ ସେ କହିଥିଲେ ଏବେ ନୁହେଁ ପରେ ।

ତେବେ ସେ ଯାହା ହେଉ ନା କାହିଁକି ଏବେ ଏହା ସ୍ପଷ୍ଟ ହୋଇଯାଇଛି କି ସନ୍ନି ଏବେ ମାଆ ହେବା ପାଇଁ ଇଚ୍ଛା କଲେଣି । ଏବେ ଦେଖିବାକୁ ରହିଛି କେବେ ସନ୍ନି ଏହି ଖୁସି ଖବର ତାଙ୍କ ଫ୍ୟାନମାନଙ୍କୁ ଦେଉଛନ୍ତି ।