କେବେ ହେବ ‘ବାହୁବଳୀ’ଙ୍କ ବିବାହ ! ଭଉଣୀ ପ୍ରଗତି କଲେ ଖୁଲାସା

36

ଏସଏସ ରାଜମୌଲୀଙ୍କ ନିର୍ଦ୍ଦେଶିତ ତଥା ବହୁ ପ୍ରତିକ୍ଷୀତ ସିନେମା ବାହୁବଳୀର ପ୍ରଥମ ଏବଂ ଦ୍ୱିତୀୟ ଭାଗର ମୁଖ୍ୟ ଅଭିନେତା ପ୍ରଭାସ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି । ତେବେ ବାହୁବଳୀର ଦୁଇଟି ଯାକ ଭାଗରେ ସଫଳତା ହାସଲ କରିଥିବା ପ୍ରଭାସଙ୍କୁ ସବୁଠୁ ୱାଂଟେଡ୍ ବ୍ୟାଚେଲର ତାଲିକାରେ ସାମିଲ କରାଯାଇଛି । ଯେଉଁଥିପାଇଁ ବାହୁବଳୀଙ୍କ ବ୍ୟକ୍ତିଗତ ଜୀବନର ସବୁକିଛି ଜାଣିବାକୁ ଚାହୁଁଛନ୍ତି ତାଙ୍କ ଫ୍ୟାନମାନେ ।

କିଛି ଦିନ ତଳେ ଶୁଣିବାକୁ ମିଳିଥିଲା କି, ପ୍ରଭାସ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାତୁଣୀଙ୍କୁ ନିଜର ଜୀବନ ସାଥୀ ଭାବେ ବାଛି ସାରିଛନ୍ତି ବୋଲି । ମାତ୍ର ଏବେ ଯାହା ଲାଗୁଛି ପ୍ରଭାସଙ୍କୁ ଏବେ ବିବାହ କରିବାକୁ କୌଣସି ଜଲଦି ନାହିଁ । କିନ୍ତୁ ତାଙ୍କ ପରିବାରଲୋକେ ପ୍ରଭାସଙ୍କ ବିବାହକୁ ନେଇ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଇଣ୍ଡିଆ ଡଟ୍ କମରେ ପ୍ରକାଶିତ ଖବର ମୁତାବକ, ନିକଟରେ ପ୍ରଭାସଙ୍କ ବଡ ଭଉଣୀ ପ୍ରଗତି ଉପ୍ପାଲାପତ୍ତି କହିଛନ୍ତି, ‘ଆମେ ବହୁତ ଉତ୍ସାହିତ ଅଛୁ ଆଉ ପ୍ରଭାସଙ୍କ ବିବାହକୁ ନେଇ ମଧ୍ୟ ତାଙ୍କ ସହ କିଛି ସମୟ ବିତାଇବାକୁ ମିଳିବ’ । କିନ୍ତୁ ପ୍ରଗତିଙ୍କୁ ବି ଜଣା ନାହିଁ କି ବାସ୍ତବରେ ବାହୁବଳୀ ବିବାହ କେବେ କରୁଛନ୍ତି ।

ବାହୁବଳୀଙ୍କୁ ପସନ୍ଦ କରୁଥିବା ସିନେପ୍ରେମୀଙ୍କୁ ସ୍କ୍ରିନରେ ପ୍ରଭାସଙ୍କ କେମେଷ୍ଟ୍ରି ଅନୁଷ୍କା ଶେଠୀଙ୍କ ସହ ଏତେ ମାତ୍ରାରେ ପସନ୍ଦ ଆସିଛି କି ସେମାନେ ଏହି ନାୟିକାଙ୍କୁ ବିବାହ କରିବାକୁ ପ୍ରଭାସଙ୍କୁ ପରାମର୍ଶ ଦେବାରେ ଲାଗିପଡିଛନ୍ତି । କିଛିଦିନ ତଳେ ଯେତେବେଳେ ପ୍ରଭାସଙ୍କର ଅନୁଷ୍କା ଶେଠୀଙ୍କ ସହ ଲିଙ୍କଅପ୍ ଖବର ସାର୍ବଜନୀନ ହୋଇଥିଲା । ସେତେବେଳେ ପ୍ରଭାସ ସ୍ପଷ୍ଟ କରିଦେଇଥିଲେ କି, ସେ ବର୍ତ୍ତମାନ ବିବାହ କରୁନାହାଁନ୍ତି ବୋଲି ।

ସୌଜନ୍ୟ: ଆଜତକ୍