ବଲିଉଡ ଭାଇଜାନଙ୍କ ନାୟିକା ହୋଇଥାନ୍ତେ ବଳାତ୍କାରୀ ବାବାଙ୍କ ଲାଡ଼ଲୀ

49

ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିବା ବାବା ରାମ ରହିମଙ୍କର କଥିତ ଝିଅ ହନିପ୍ରୀତଙ୍କ ଯାଦୁ ବଲିଉଡ ଜଗତରେ ବି ଦେଖିବାକୁ ମିଳିଥିଲା । ହନିପ୍ରୀତଙ୍କୁ ନେଇ କାଳେ ବଲିଉଡ ସୁପରଷ୍ଟାରଙ୍କ ସହ କାମ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ ବଳାତ୍କାରୀ ବାବା ରାମ ରହିମ । ସୂଚନା ମୁତାବକ, ବଲିଉଡ ଭାଇଜାନ ସଲମାନ ଖାନ ଏବଂ ଖିଲାଡୀ ଷ୍ଟାର ଅକ୍ଷୟ କୁମାରଙ୍କ ସହ କାମ କରିବାକୁ ଚାହୁଁଥିଲେ ବିବାଦୀୟ ବାବାଙ୍କର ଏହି ଲାଡ଼ଲୀ ।

ଉଭୟ ସଲମାନ ଏବଂ ଅକ୍ଷୟଙ୍କୁ ଖୁବ୍ ଭଲ ପାଉଥିଲେ ହନିପ୍ରୀତ । ଯେଥିପାଇଁ ହନିପ୍ରୀତ ଏହି ଦୁଇ ଷ୍ଟାରଙ୍କ ସହ ସିନେମା କରିବାକୁ ଇଚ୍ଛା ରଖିଥିଲେ ଏବଂ ଝିଅର ଏହି ଇଚ୍ଛାକୁ ବାବା ରାମ ରହିମ ପୂରଣ କରିବାକୁ ମଧ୍ୟ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରିଦେଇଥିଲେ । ତେବେ ଶୁଣିବାକୁ ମିଳିଥିଲା କି କାମନାସକ୍ତ ବାବା ରାମ ରହିମ କାଳେ ସିନେମା କରିବାକୁ ଚାହୁଁଥିଲେ ଆଉ ଯେଉଁଥିରେ ସେ ହନିପ୍ରୀତକୁ ନାୟିକା ଭାବେ ନେଇଥାନ୍ତେ । ଖାଲି ସେତିକି ନୁହେଁ ଝିଅର ସ୍ୱପ୍ନ ପୂରଣ କରିବାକୁ ରାମ ରହିମଙ୍କ ବଲିଉଡ ଟିମ୍ ଲଗାତର ଭାବେ ଏହି ସୁପରଷ୍ଟାରଙ୍କ ସହ ସଂପର୍କ ସ୍ଥାପନା କରିବାକୁ ଉଦ୍ୟମ ଚଳାଇଥିଲେ ।

ଏଠାରେ ଆମେ କହି ରଖୁଛୁ କି, ନିକଟରେ ବାବାଙ୍କ ସଂପତ୍ତିକୁ ନେଇ କରାଯାଇଥିବା ଖାନତଲାସୀରେ
ମୁମ୍ବାଇ ନିକଟବର୍ତ୍ତି ଅଂଚଳରେ ରାମ ରହିମଙ୍କର ୪ଟି ବଡ଼ ବଡ ବିଳାସପୂର୍ଣ୍ଣ କୋଠା କିଣିଥିବା ସାମ୍ନାକୁ ଆସିଥିଲା । ଯେଉଁଠାରେ ବାବାଙ୍କର ଷ୍ଟୁଡିଓ ମଧ୍ୟ ରହିଛି । ତେବେ ଗୋଟିଏ ଷ୍ଟୁଡିଓ ମୁମ୍ବାଇରେ ଥିବା ବେଳେ ଅନ୍ୟଟି ଡେରା ସଚ୍ଚା ସୌଦାରେ ନିର୍ମାଣ କରାଯାଇଥିଲା।

ସୌଜନ୍ୟ: ଆଜତକ୍