ସାଉଥ୍ ଇଣ୍ଡଷ୍ଟ୍ରିର ସବୁଠୁ ଧନୀ ଅଭିନେତାଙ୍କ ମଧ୍ୟରେ ଜଣେ ହେଲେ ରବି ତେଜା ! ଜାଣନ୍ତୁ ତାଙ୍କର ଲାଇଫଷ୍ଟାଇଲ୍

59

ଯଦିଓ ଟଲିଉଡ୍ ସିନେମା ବଲିଉଡ୍ ସିନେମା ତୁଳନାରେ ପଛରେ ରହିଥାଇପାରେ ମାତ୍ର ସେଠିକାର ସୁପରାଷ୍ଟାରମାନେ ବଲିଉଡର ସୁପରଷ୍ଟାରମାନଙ୍କୁ ସବୁ କ୍ଷେତ୍ରରେ ମାତ୍ ଦେଇଛନ୍ତି । ସିନେମାଠାରୁ ଆରମ୍ଭ କରି ଫ୍ୟାନ୍ସ ଫଲୋଇଂ ଯାଏଁ ସାଉଥ୍ ସୁପରଷ୍ଟାରମାନେ ରହିଛନ୍ତି ସବୁଠାରୁ ଆଗରେ । ଆଉ ଏଭଳି ଜଣେ ନାୟକ ହେଇଛନ୍ତି ରବି ତେଜା ।

ଦକ୍ଷିଣ ଭାରତୀୟ ସିନେମା ଜଗତର ଟପ୍ ସୁପରଷ୍ଟାର ତାଲିକାରେ ସାମିଲ ଅଛନ୍ତି ରବି ତେଜା । ରବି ତେଜା ମଧ୍ୟ ‘ମାସ୍ ମହାରାଜା’ ନାମରେ ପରିଚିତ । ଯେଉଁଥିରୁ ତାଙ୍କ ଲୋକପ୍ରିୟତାର ଅନ୍ଦାଜ୍ ଲଗାଯାଇପାରୁଛି । ଆଜିକା ଦିନରେ ତେଲୁଗୁ ସିନେମା ଜଗତର ସବୁଠାରୁ ଧନୀ ଅଭିନେତା ଭାବେ ରବି ଜଣାଶୁଣା । ଏଥିସହିତ ରବି ସେଠାକାର ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତାଙ୍କ ମଧ୍ୟରେ ବି ଜଣେ ଅଟନ୍ତି ।

ତେବେ ୧୯୯୦ରେ ସପୋଟିଂ ଆଟିଷ୍ଟି ଭୂମିକାରେ ରବି ତେଜା ପ୍ରଥମେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ଅନେକ ସିନେମାରେ ମଧ୍ୟ ଛୋଟମୋଟ ଭୂମିକାରେ ଅଭିନୟ କରିଥିଲେ ରବି । ୧୯୯୯ରେ ରବି ତେଜାଙ୍କୁ ମୁଖ୍ୟ ନାୟକ ହିସାବରେ ସୁଯୋଗ ମିଳିଥିଲା । ଯାହାର ନାଁ ସିନେମା ‘ନୀ କୋସମ’ । ଏହି ସିନେମାରେ ରବିଙ୍କ ଦମଦାର ଅଭିନୟ ଦେଖି ତାଙ୍କୁ ଆୱାର୍ଡ ମଧ୍ୟ ମିଳିଥିଲା । ଆଉ ଯାହାପରେ ରବିଙ୍କ ଷ୍ଟାରଡମର ଯାତ୍ରା ଆରମ୍ଭ ହୋଇଥିଲା ।

ଗୋଟିଏ ପରେ ଗୋଟିଏ ସିନେମାରେ ସଫଳ ହେବା ପରେ ରବିଙ୍କ ରୋଜଗାର ମଧ୍ୟ ବଢିବାରେ ଲାଗିଥିଲା । ଖାଲି ସେତିକି ନୁହେଁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ରବି ଗୋଟିଏ ସିନେମା ପାଇଁ ପ୍ରାୟ ୨ରୁ ୫ କୋଟି ଟଙ୍କା ଫିସ୍ ନିଅନ୍ତି । ରବିଙ୍କର ବହୁତ ସଂପତି ରହିଥିବା ସହ ହାଇଦ୍ରାବାଦରେ ନିଜର ଏକ ଘର ଏବଂ ଫାର୍ମାହାଉସ ମଧ୍ୟ ରହିଛି ।

ଏହାବ୍ୟତୀତ ରବିଙ୍କ ପାଖାପାଖି ୫୦ରୁ ଅଧିକ ଦାମୀ ଗାଡି ମଧ୍ୟ ରହିଛି । ଖାଲି ସେତିକି ନୁହେଁ ୨୦୧୨ରେ ରବିଙ୍କ ନାଁ ଫୋବର୍ସର ୧୦୦ ଏଭଳି ସେଲିବ୍ରିଟିଙ୍କ ତାଲିକାରେ ରହିଥିଲା ଯେଉଁମାନଙ୍କର କି ବାର୍ଷିକ ଆୟ ପାଖାପାଖି ୧୫ କୋଟି ଟଙ୍କାରୁ ଅଧିକ ରହିଛି । ତେବେ ରବି ତେଜା ଏହି ତାଲିକାରେ ୫୦ତମ ହାସଲ ଅଧିକାର କରିଥିଲେ ।

ସୌଜନ୍ୟ: ଅମର ଉଜାଲା