ଏମାନେ ହେଉଛନ୍ତି ବଲିଉଡ୍ ଜଗତର କଳଙ୍କିତ ଚେହେରା ! ଜାଣନ୍ତୁ କାହିଁକି . . .

62

ବିବାଦୀୟ ବୟାନ ଦେଇ ରାକ୍ଷୀ ସାୱନ୍ତ ସବୁବେଳେ ପାଲଟନ୍ତି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ । କିିଛି ଦିନ ତଳେ ରାକ୍ଷୀ ଋଷି ବାଲ୍ମିକୀ ଏବଂ ତାଙ୍କୁ ଅନୁସରଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ଥିଲେ । ଯେଉଁଥି ପାଇଁ ତାଙ୍କ ବିରୋଧରେ ଏବେ ଆରେଷ୍ଟେ ୱାରେଂଟ ଜାରି କରାଯାଇଛି । ତେବେ କେବଳ ଯେ ରାକ୍ଷୀ ଏକମାତ୍ର ସେଲିବ୍ରେଟି ନୁହଁନ୍ତି ଯାହାଙ୍କରେ କୌଣସି ଶାଳୀନତା ନଥାଏ । ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନଙ୍କ ବିବାଦୀୟ ବୟାନବାଜି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଆସନ୍ତୁ ନଜର ପକାଇବା ବଲିଉଡ୍ ଜଗତର ସେହି ବିବାଦୀୟ କଳାକାରଙ୍କ ଉପରେ ।

ଏବେ ଏହାର ଏକ ବଡ ଉଦାହରଣ ପାଲଟିଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା । ନିକଟରେ କପିଲ ନିଜ ସହ-କଳାକାର ସୁନୀଲ ଗ୍ରୋବରଙ୍କ ସହ ଝଗଡା କରିଥିଲେ । ଏଥିସହ ତାଙ୍କୁ ମାଡ ମଧ୍ୟ ମାରିଥିଲେ । ଯେଉଁଥିପାଇଁ ତାଙ୍କର ଖାଲିଯେ ଲୋକପ୍ରିୟତା ହ୍ରାସ ପାଇଛି ତାହା ନୁହେଁ ଏଥିସହ ତାଙ୍କ ଶୋର ମଧ୍ୟ ଟିଆରପି ହ୍ରାସ ପାଇଛି । କପିଲଙ୍କୁ ଏଥିପାଇଁ ନିଜ ଫ୍ୟାନମାନଙ୍କ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଛି ।

 

ନିଜକୁ ସବୁବେଳେ ନମ୍ବର ୱାନ ସମାଲୋଚକ ମଣୁଥିବା ଏବଂ ଅନ୍ୟଙ୍କୁ ଦୁଇ ଟଙ୍କିଆ ଲୋକ ଭାବୁଥିବା ଆର କେ ତଥା କମଲ ଖାନ ସବୁବେଳେ ଅଶାଳୀନ ମନ୍ତବ୍ୟ ଏବଂ କଟୁ କଥା କହିବାରେ ମାହିର ଅଛନ୍ତି । କାରଣ ଯେତେବେଳେ କାହାକୁ କଟାକ୍ଷ୍ୟ କରିବାର ପ୍ରସଙ୍ଗ ଉଠେ ସେତେବେଳେ କମଲ କୌଣସି କଂଞ୍ଜୁସି କରନ୍ତି ନାହିଁ । ତେବେ ନିଜର ଏହି ଅଭ୍ୟାସ କାରଣରୁ ସେ ଅନେକବାର ଷ୍ଟାରମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ।

ନିର୍ଦ୍ଦେଶକ ରାମଗୋପାଳ ବର୍ମା ମଧ୍ୟ ଏହି ତାଲିକାର ଅର୍ନ୍ତଭୁକ୍ତ । ତାଙ୍କ ସମାଲୋଚନାରେ କେହି ବି ବାଦ୍ ପଡନ୍ତିନି । ସେ ବଲିଉଡର ଷ୍ଟାରମାନଙ୍କଠାରୁ ଆରମ୍ଭ କରି ଭଗବାନ ଗଣେଶଙ୍କୁ ମଧ୍ୟ ଏଥିରେ ସାମିଲ କରି ସାରିଛନ୍ତି । କିଛି ଦିନେ ତଳେ ସେ ଟାଇଗର ଶ୍ରଫଙ୍କୁ ଗେ’ ବୋଲି ମଧ୍ୟ କହିଦେଇଥିଲେ । ଏହାପରେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଅନେକ ଅଶ୍ଳୀଳ କମେଂଟ କରିଥିଲେ ମାତ୍ର ରାମଗୋପାଳଙ୍କୁ କୌଣସି ଫରକ୍ ପଡି ନଥିଲା ।

 

ଏକ ସମୟ ଥିଲା ଗାୟକ ଅଭିଜିତ୍ ଭଟ୍ଟଚାର୍ଯ୍ୟଙ୍କ କୋଟି କୋଟି ପ୍ରଶଂସକ ଥିଲେ । ତାଙ୍କୁ ବଲିଉଡ୍ କିଙ୍ଗ ଶାହରୁଖଙ୍କ କଣ୍ଠସ୍ୱର ବୋଲି କହୁଥିଲେ ଦର୍ଶକ । କିନ୍ତୁ ଆଜିକା ଦିନରେ ସେ କୌଣସି ନା କୌଣସି ବିବାଦୀୟ ମନ୍ତବ୍ୟ ସହ ଜଡିତ । ଗତବର୍ଷ ଅଭିଜିତ୍ ହିଟ୍ ଆଣ୍ଡ ରନ୍ ମାମଲାରେ ସଲମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଫୁଟପାତରେ ଶୋଇଥିବା ଲୋକଙ୍କୁ କୁକୁରଙ୍କ ସହ ତୁଳନା କରିଦେଇଥିଲେ ।