ତାମିଲନାଡୁରେ ସୁପରଷ୍ଟାର ରଜନୀକାନ୍ତଙ୍କ ରାଜନୀତିକୁ ଆସିବାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ପଡୋଶୀ ଆନ୍ଧ୍ର ପ୍ରଦେଶରେ ମଧ୍ୟ ‘ପାୱାର ଷ୍ଟାର’ ପବନ କଲ୍ୟାଣଙ୍କୁ ନେଇ ଚର୍ଚ୍ଚା ଚାଲିଛି । ୨୦୧୯ ସାଧାରଣ ନିର୍ବାଚନରେ ପବନ ଅନନ୍ତପୁର ଜିଲ୍ଲାରୁ ସଂସଦୀୟ ଆସନ ପାଇଁ ଛିଡା ହେବେ ବୋଲି ଶୁଣାଯାଉଛି ।
ଆହୁରି ମଧ୍ୟ କୁହାଯାଉଛି ଯେ, ସେଥିପାଇଁ ୪୫ବର୍ଷୀୟ ପବନ ଆଉ କୈାଣସି ଫିଲ୍ମ ହାତକୁ ନେଉନାହାଁନ୍ତି । ସେ ଏବେ ତାଙ୍କ ଶେଷ ଫିଲ୍ମର ସୁଟିଂ କରୁଛନ୍ତି । ପୂର୍ବରୁ ମଧ୍ୟ ସେ ଏହି ସୂଚନା ବହୁଥର ଦେଇଛନ୍ତି ଯେ , ପୂର୍ଣ୍ଣକାଳୀନ ରାଜନେତା ହେବା ପାଇଁ ଯଦି ତାଙ୍କୁ ଯଥେଷ୍ଟ ସମୟ ନମିଳେ ତାହା ହେଲେ ସେ ଫିଲ୍ମ ଲାଇନ୍ ପୂରାପୂରି ଛାଡି ଦେଇପାରନ୍ତି ।
ପବନ ଏବେ ନିର୍ଦ୍ଦେଶକ ତ୍ରିବିକ୍ରମ ଶ୍ରୀନିବାସଙ୍କ ଫିଲ୍ମର ସୁଟିଂ କରୁଛନ୍ତି । ଆଗାମୀ ୫ମାସ ପର୍ଯ୍ୟନ୍ତ ସେ ଏହି ସୁଟିଂ କରିବେ । ୨୦୧୪ରେ ପବନ କଲ୍ୟାଣ ‘ଜନ ସେବା’ ନାମକ ଏକ ଦଳ ଗଠନ କରିଥିଲେ । ଅବଶ୍ୟ ପରେ ସେ ବିଜେପି-ଟିଡିପି ମେଂଟ ପାଇଁ ପ୍ରଚାର କରିଥିଲେ । କିନ୍ତୁ ନିଜେ ନିର୍ବାଚନରେ ଛିଡା ହୋଇନଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/Pawan-Kalyan-1.jpg)