ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ କାରଣରୁ ଜୁନିୟର ବଚ୍ଚନ ଆରେଷ୍ଟ !

55

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ମଧ୍ୟରେ ଥିବା ସଂପର୍କ ବିଷୟ ପ୍ରାୟତଃ ସମସ୍ତଙ୍କୁ ଜଣାଥିବ । କାରଣ ଦୁହିଁଙ୍କ ସଂପର୍କ ବହୁତ ପୁରୁଣା । କିନ୍ତୁ ଜୁନିୟର ବଚ୍ଚନ ଏବେ ଗିରଫ ହେବାକୁ ଯାଉଛନ୍ତି । ସେ ପୁଣି ରାମ ଗୋପାଲଙ୍କ ପାଇଁ । କଥାଟା ଶୁଣିଲେ ଆପଣ ଚକିତ ହୋଇଯାଇଥିବେ ନିଶ୍ଚୟ । ତେବେ ମାମଲାଟି ରହିଛି କିଛି ଅଲଗା ।

ସୂଚନା ମୁତାବକ, ଅଭିଷେକ ବଚ୍ଚନ ରାମ ଗୋପାଲ ବର୍ମାଙ୍କ ସିନେମାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ‘ସରକାର’ ଏବଂ ‘ସରକାର ରାଜ’ ସିନେମାରେ । ଅଭିଷେକ ସିନେମା ‘ସରକାର’ର ୩ୟ ଭାଗରେ ନାହାଁନ୍ତି ମାତ୍ର ରାମ ଗୋପାଲଙ୍କ ସହ ତାଙ୍କ କନେକ୍ସନ ଜାରି ରହିଛି । ସୂଚନା ମୁତାବକ, ଅଭି ରାମ ଗୋପାଲଙ୍କ ଆଗାମୀ ସିନେମାରେ କାମ କରିବାକୁ ଯାଉଛନ୍ତି । ଆଉ ଯାହାର ଟାଇଟଲ ରହିଛି ‘ଆରେଷ୍ଟ’ । ସୂତ୍ର ମୁତାବକ, ଏହି ସିନେମାଟି ମୁମ୍ବାଇ ପୁଲିସ ଏନକାଉଂଟର ସ୍ପେସିଆଲିଷ୍ଟ ପ୍ରଦୀପ ଶର୍ମାଙ୍କ ଜୀବନ କାହାଣୀ ଉପରେ ଆଧାରିତ ।

ଯଦିଓ ସିନେମାଟିକୁ ନେଇ ଅଧିକ କୌଣସି ସୂଚନା ମିଳିପାରି ନାହିଁ ତେବେ ଏହାର ସୁଟିଂ ୧୦ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଥିବାବେଳେ ବର୍ଷ ଶେଷକୁ ଏହି ସିନେମାଟି ରିଲିଜ୍ ହେବ ବୋଲି ଖବର ମିଳିଛି ।