୭ ବର୍ଷ ପରେ ପୁଣିଥରେ ଏକାଠି ପରଦାରେ ନଜର ଆସିବେ ଅଜୟ ଦେବଗନ ଓ କାଜଲ । ଉଭୟଙ୍କୁ ପ୍ରଦୀପ ସରକାରଙ୍କ ନିର୍ଦ୍ଦେଶିତ ଏକ ସିନେମାରେ ଦେଖିବାକୁ ମିଳିବ । ଶେଷଥର ପାଇଁ ଉଭୟ ଅଜୟ ଓ କାଜଲଙ୍କୁ ସିନେମା ‘ଟୁନପୁର କା ସୁପର ହିରୋ’ରେ ଦେଖିବାକୁ ପାଇଥିଲେ ଦର୍ଶକେ । ସିନେମାଟି କିନ୍ତୁ ବକ୍ସ ଅଫିସରେ ହିଟ୍ ହୋଇପାରିନଥିଲା ।
ଏଠାରେ ଆମେ କହିରଖୁଛୁ କି, ‘ପ୍ୟାର ତୋ ହୋନା ହି ଥା’, ‘ରାଜୁ ଚାଚା’, ‘କ୍ୟା କରେ’, ‘ୟୁ ମି ଓା÷ର ହମ’ ଭଳି ଦମଦାର ସିନେମା ଭେଟି ଦେଇଥିବା ଏହି ସୁପର ଯୋଡି ପୁଣି ଥରେ ନିଜର କମାଲ ଦେଖାଇବାକୁ ଯାଉଛନ୍ତି । ତେବେ ଉଭୟଙ୍କ ବିବାହ ୧୯୯୯ରେ ହୋଇଥିଲା ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି ।
ସୌଜନ୍ୟ: ଅମର ଉଜାଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/Ajay.jpg)