‘ବାହୁବଳୀ ଦି କନକ୍ଲୁଜନ’ ! ପ୍ରଭାସଙ୍କ ତିନର ତଡକା

43

ବହୁ ଚର୍ଚ୍ଚିତ ତଥା ହାଇ ବଜେଟ୍ ସିନେମା ‘ବାହୁବଳୀ’ର ଦ୍ୱିତୀୟ ଭାଗ ରିଲିଜ୍ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଅନେକ ନୂଆ ନୂଆ ତଥ୍ୟ ଏବେ ସାମ୍ନାକୁ ଆସୁଛି । ଆଉ ଯାହାର ଖୁଲାସା ଖୋଦ୍ ସିନେମାର ନିର୍ଦ୍ଦେଶକ ରାଜମୌଲୀ କରିବାରେ ଲାଗିଛନ୍ତି ।

ତାଜା ସୂଚନା ମୁତାବକ, ପୂର୍ବରୁ ଶୁଣିବାକୁ ମିଳିଥିଲା କି ଏହି ସିନେମାରେ ବାହୁବଳୀ ତଥା ନାୟକ ପ୍ରଭାସ ଦୁଇଟି ଚରିତ୍ରରେ ନଜର ଆସିପାରନ୍ତି ବୋଲି । ମାତ୍ର ନିକଟରେ ଏହାକୁ ନେଇ ନିର୍ଦ୍ଦେଶକ କରିଛନ୍ତି ପୁଣି ଏକ ଖୁଲାସା । ଅର୍ଥାତ୍ ସେ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି କି, ଏହି ସିନେମାରେ ପ୍ରଭାସଙ୍କୁ ଦୁଇଟି ଭୂମିକାରେ ନୁହେଁ ବରଂ ତିନୋଟି ଭୂମିକାରେ ଦେଖିବାକୁ ପାଇବେ ଦର୍ଶକେ ।

ପୂର୍ବ ସୁଚନା ମୁତାବକ, ଏହି ସିନେମାରେ ପ୍ରଭାସ ବାହୁବଳୀ ତଥା ମହେନ୍ଦ୍ର ବାହୁବଳୀ ଏବଂ ବାହୁବଳୀଙ୍କ ବାପା ତଥା ଅମରେନ୍ଦ୍ର ଭୂମିକାରେ ନଜର ଆସିବେ ବୋଲି । ମାତ୍ର ଏବେ ସିନେମାକୁ ନେଇ ପୁଣି ଏକ ନୂଆ ଟୁଇଷ୍ଟ ଆଣିଛନ୍ତି ନିର୍ଦ୍ଦେଶକ ରାଜମୌଲୀ ।
ତେବେ ସିନେମାରେ ପ୍ରଭାସଙ୍କ ପୁଣି ଏକ ଅବତାର ରହିଛି । ସେ ଏଥିରେ ବାହୁବଳୀ ତଥା ମହେନ୍ଦ୍ର ବାହୁବଳୀଙ୍କ ଦାଦା ତଥା ଧର୍ମେନ୍ଦ୍ର ଚରିତ୍ରରେ ନଜର ଆସିବେ ବୋଲି ଏହାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।