ଆତ୍ମୀୟଙ୍କ ନିକଟରେ ହାରିଗଲେ ସୁଲତାନ ! ଜାଣନ୍ତୁ ଏହା ପଛର ରହସ୍ୟ

51

ବଲିଉଡରେ ସୁଲତାନର ତାଜ୍ ପିନ୍ଧି ବୁଲୁଥିବା ସଲମାନ ଖାନ କିନ୍ତୁ ନିଜ ଆତ୍ମୀୟଙ୍କ ନିକଟରେ ହୋଇଛନ୍ତି ବିଫଳ । ଆଜ୍ଞା ହଁ ! ସଲମାନ ଏବେ ନିଜ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ରୋଷର ଶିକାର ହୋଇଛନ୍ତି । ଯଦିଓ ସଲମାନ ନବ ଜନ୍ମିତ ଭଣଜା ତଥା ଆହିଲ ଶର୍ମାଙ୍କ ପ୍ରଥମ ଜନ୍ମଦିନରେ ସାମିଲ ହେବା ପାଇଁ ଦୀର୍ଘ ୨୨ ଘଂଟା ଧରି ଫ୍ଲାଇଟରେ ବସି ମାଳଦ୍ୱୀପରେ ଯାଇ ପହଂଚିଥିଲେ । ମାତ୍ର ଏତେ ସବୁ କରିବା ସତ୍ୱେ ମଧ୍ୟ ସେ ଅର୍ପିତାଙ୍କ ରାଗ ଶାନ୍ତ କରି ପାରି ନଥିଲେ ।

ପ୍ରକୃତ ଘଟଣାଟି ହେଲା, ଅର୍ପିତାଙ୍କ ସ୍ୱାମୀ ଆୟୁଷ ଶର୍ମାଙ୍କ ସ୍ୱପ୍ନ ରହିଛି କି ସେ ସିନେମାରେ ଅଭିନୟ କରିବାକୁ । ଯାହାକୁ ନେଇ ସେ ଅର୍ପିତାଙ୍କୁ ନିଜର ମାଧ୍ୟମ କରିଛନ୍ତି । ତେବେ ଏନେଇ ଅର୍ପିତା ମଧ୍ୟ ସଲମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସଲମାନ ଏହି ଦାୟିତ୍ୱ ନିଜେ ନେଇଥିଲେ । ମାତ୍ର ଦିନ ପରେ ଦିନ ବିତି ଯାଇଥିଲା କିନ୍ତୁ ସଲମାନ ନିଜ ପ୍ରତିଶ୍ରୁତିକୁ ପୁରଣ କରି ନଥିଲେ ।
ସୂଚନା ମୁତାବକ , ସଲମାନ ନିକଟରେ ନିଜ ସିନେମାରେ ଅନେକ ନୂଆ ନୂଆ ଚେହେରାକୁ ସୁଯୋଗ ଦେଇସାରିଛନ୍ତି ମାତ୍ର ନିଜ ଭଉଣୀଙ୍କ ସ୍ୱାମୀ ତଥା ଆୟୁଷଙ୍କୁ ଆଡ ଆଖିରେ ବି ଟିକେ ଚାହିଁ ନଥିଲେ । ଯେଉଁ କାରଣରୁ ଅର୍ପିତା ସଲମାନଙ୍କ ଉପରେ ରାଗିଛନ୍ତି ।