ରାଜନୀତିରେ ପାଦ ଥାପିବେ ଐଶ୍ୱର୍ଯ୍ୟା ! ନିର୍ବାଚନ ଲଢିବେ ମୋଦିଙ୍କୁ ହରାଇବେ

50

ସର୍ବପ୍ରଥମେ ସ୍ପଷ୍ଟ କରିବାକୁ ଚାହିଁବୁ କି, ଏଠାରେ ଆମେ ଯେଉଁ ଐଶ୍ୱର୍ଯ୍ୟାଙ୍କ ସଂପର୍କରେ ଆଲୋଚନା କରୁଛୁ ସେ ପ୍ରକୃତରେ ବିଗବିଙ୍କ କୂଳବଧୂ ତଥା ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନୁହଁନ୍ତି ବରଂ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ଧର୍ମପତ୍ନୀ ଐଶ୍ୱର୍ଯ୍ୟା । ଆରଜେଡି ବିଧାୟକ ଥିବା ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ୟ୍ୟାଙ୍କ ସହ ତେଜ ପ୍ରତାପଙ୍କ ବିବାହ ନିକଟରେ ବହୁ ଧୂମଧାନରେ ଅନୁଷ୍ଠିତ ହୋଇସାରିଛି ।

ତେଜପ୍ରତାପଙ୍କୁ ବିବାହ କରିଥିବା ଐଶ୍ୱର୍ଯ୍ୟା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦରୋଗା ରାୟଙ୍କର ନାତୁଣୀ । ଏବେ ତାଙ୍କ ପରିବାର ଦିଲ୍ଲୀରେ ରହୁଛନ୍ତି । ଐଶ୍ୱର୍ଯ୍ୟା ପାଟନାରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ସ୍ନାତକ ଶିକ୍ଷା ଶେଷ କରିଛନ୍ତି । କିଛିଦିନ ତଳେ ତେଜପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ବିବାହକାର୍ଯ୍ୟ ସଂପନ୍ନ ହୋଇଛି । ତେବେ ଏକ ରାଜନୀତି ପରିବାରରୁ ଆସୁଥିବା ଏଶ୍ୱର୍ଯ୍ୟା, ଯେ ରାଜନୀତି କରିପାରନ୍ତି ଏନେ ଏବେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ, ଲାଲୁ ପ୍ରସାଦ ଯାଦବଙ୍କ ପାର୍ଟି ରାଷ୍ଟ୍ରୀୟ ଜନତା ଦଳ ତଥା ଆରଜେଡି ନିଜ ୨୧ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏହି ଅବସରରେ ସଂପୂର୍ଣ୍ଣ ପାଟଣାରେ ଆରଜେଡିର ପୋଷ୍ଟର ଲଗାଯାଇଛି, ଯେଉଁଥିରେ ଐଶ୍ୱର୍ଯ୍ୟାଙ୍କର ଫଟୋ ମଧ୍ୟ ନଜର ଆସିଛି । ତେବେ ଐଶ୍ୱର୍ଯ୍ୟାଙ୍କ ଫଟୋକୁ ରାବଡି ଦେବୀ ଏବଂ ମିସା ଭାରତୀଙ୍କ ଫଟୋ ମଧ୍ୟ ଭାଗରେ ରଖାଯାଇଛି । ପାଟାଣର ପ୍ରତ୍ୟେକ ଗଳି କନ୍ଦିରେ ଏହିସବୁ ପୋଷ୍ଟର ଲଗାଯାଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି କି, ଯାଦବ ପରିବାରର ନବବଧୂ ଖୁବ୍ ଶୀଘ୍ର ହିଁ ରାଜନୀତିରେ ପାଦଦେଇପାରନ୍ତି । ଯଦିଓ ଏସଂପର୍କରେ ଲାଲୁଙ୍କ ପରିବାରରୁ ସେଭଳି କୌଣସି ପ୍ରତିକ୍ରିୟା ଆସିନାହିଁ ତେବେ ଶୁଣିବାକୁ ମିଳୁଛି କି ଲାଲୁଙ୍କ ବଡ ପୁଅ ତଥା ତେଜପ୍ରଦତାପଙ୍କ ଧର୍ମପତ୍ନୀ ତଥା ଐଶ୍ୱର୍ଯ୍ୟା ରାଜନୀତିରେ ସାମିଲ ହୋଇପାରନ୍ତି ।