କଙ୍ଗନାଙ୍କ ଉପରେ ଖପ୍ପା ଆଦିତ୍ୟ ପଂଚୋଲୀ ଓ ତାଙ୍କ ପତ୍ନୀ ! କହିଲେ କ୍ଷମା ମାଗନ୍ତୁ କଙ୍ଗନା

41

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବେଳେ ଏବେ ଜମା ଭଲନାହିଁ । ନିକଟରେ ପରଦାକୁ ଆସିଥିବା ତାଙ୍କ ଫିଲ୍ମ ‘ସିମରନ୍’ ବକ୍ସ ଅଫିସରେ କିଛି କମାଲ୍ କରିପାlead_adityakangana_idiva_980x457_83025_730x419-mରିନାହିଁ । ଆଉ ଏବେ ରିଲେସନଶିପକୁ ନେଇ ଯେଉଁ ଖୁଲାସା ସେ ଏକ ଟିଭି ସାକ୍ଷାତକାରରେ କଲେ, ତାହା ଏବେ ତାଙ୍କ ପାଇଁ ସମସ୍ୟା ସାଜିଛି ।

ସୂଚନା ଯେ, ଆଦିତ୍ୟ ପାଂଚୋଲି ଓ ତାଙ୍କର ପତ୍ନୀ ଜରୀନା ଉଭୟ କଙ୍ଗନାଙ୍କୁ କ୍ରିମିନଲ ଓ ସିଭିଲ୍ ଡେଫମେସନ ନୋଟିସ୍ ପଠାଇଛନ୍ତି । ଜରିନା କହିଛନ୍ତି ଯେ ଆମେ ଚାହୁଁଛୁ ଯେଉଁଭଳି ଭାବେ କଙ୍ଗନା ଆମକୁ ଦୁଃଖିତ କରିଛନ୍ତି , ସେ ସାର୍ବଜନୀକ ଭାବରେ କ୍ଷମା ମାଗନ୍ତୁ । କିଛିଦିନ ତଳେ ‘ସିମରନ୍’ ର ପ୍ରମୋଶନ ସମୟରେ କଙ୍ଗନା ଏକ ଟିଭି ସାକ୍ଷାତକାରରେ ଆଦିତ୍ୟଙ୍କ ଉପରେ ଶାରୀରିକ ଶୋଷଣ କରିବାକୁ ନେଇ ଆରୋପ ଲଗେଇଥିଲେ । ଏହା ପରେ ଦୁଇ ପକ୍ଷ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି ।

zareena-thakkar-wedding-pancholi-reception-zarina-sindoor_9da7a790-a1ed-11e7-84eb-85ab3d3e2a90ଜରିନା ବହାବ କହିଛନ୍ତି, ‘ କଙ୍ଗନା ସବୁ ସୀମା ଟପିଯାଇଛନ୍ତି । କଣ ଦରକାର ଥିଲା ଫିଲ୍ମ ପ୍ରମୋସନରେ ଏମିତି ସବୁ କଥା କହିବା । ଯେଉଁ ଲୋକ ତାଙ୍କର ସାହାଯ୍ୟ କଲେ , ତାଙ୍କ ଉପରକୁ କାଦୁଅ ଫୋପାଡିବା ବଦଳରେ ପୁରୁଣା କଥାକୁ ଭୁଲି ଯିବାର ଥିଲା । ’ ହ୍ରିତିକ ଓ ତାଙ୍କ ପିତାଙ୍କ ସପକ୍ଷ ନେଇ ଜରିନା କହିଛନ୍ତି ‘ ସେ ଭଦ୍ର ଲୋକ । ତାଙ୍କ ଉପରେ ଏମିତି କାଦୁଅ ଫିଙ୍ଗିବା ଠିକ୍ ନୁହେଁ । ମୁଁ ହ୍ରିତିକଙ୍କ ପିତାଙ୍କୁ ଅନେକ ବର୍ଷରୁ ଜାଣିଛି । ଆମେ ଏକାଠି ଫିଲ୍ମରେ କାମ କରିଛୁ । ସେ ଜଣେ ଭଦ୍ର ଓ ଭଲ ସହ-କଳାକାର ଓ ସେମିତି ହ୍ରିତିକ୍ ମଧ୍ୟ । ସେ ଯେବେବି ମୋତେ କ୍ୟାମେରା ସାମ୍ନାରେ ଦେଖନ୍ତି ଆଦର ଓ ସମ୍ମାନରେ ଛିଡା ହୋଇଯା’ନ୍ତି ।’

ଜରିନା କହିଛନ୍ତି , ‘କଙ୍ଗନା ସେତେବେଳେ ସୀମା ପାର୍ ହୋଇଗଲେ । ଯେବେ ମୋର ଝିଅର ନାମ ଟାଣିଲେ । ମୋତେ ଓ ଆଦିତ୍ୟ ଉଭୟକୁ ଲାଗିଲା ଯେ ଏଥିପାଇଁ କଙ୍ଗନାଙ୍କୁ କ୍ଷମା ମାଗିବା ଉଚିତ୍ । ସେ ଭୁଲିଗଲେ ଯେ ମୁଁ ଓ ମୋର ସ୍ୱାମୀ ତାଙ୍କୁ କେତେ ସାହାଯ୍ୟ କରିଥିଲୁ , ଯେତେବେଳେ ସେ ମୁମ୍ବାଇରେ ନଥିଲେ । ଆଦିତ୍ୟ କଙ୍ଗନାଙ୍କୁ ନିର୍ମାତାମାନଙ୍କ ସହ ଚିହ୍ନା କରାଇଥିଲେ । ମୋତେ ଲାଗୁଛି ମୋ ଝିଅ ମାନଙ୍କ ପାଇଁ ଆଦିତ୍ୟ ସେତିକି କରିନଥିବେ , ଯାହା କଙ୍ଗନା ପାଇଁ କରିଛନ୍ତି ।’