‘ବାହୁବଳୀ ୨’ର ପ୍ରଶଂସକଙ୍କ ପାଇଁ ଖୁସି ଖବର ! ଦେବସେନାର ଗହଣା ପିନ୍ଧିପାରିବେ ଆପଣ

29

‘ବାହୁବଳୀ ୨’ ର ପ୍ରଶଂସକଙ୍କ ପାଇଁ ଖୁସି ଖବର । ଯଦି ଆପଣ ଫିଲ୍ମରେ ଦେବସେନାର ଭୂମିକାରେ ଥିବା ଅନୁଷ୍କା ସେଟ୍ଟିଙ୍କ ଗହଣାକୁ ପସନ୍ଦ କରୁଛନ୍ତି ଓ ଏହାକୁ ପିନ୍ଧିବା ପାଇଁ ଚାହୁଛନ୍ତି , ତାହେଲେ ଏହା ପାଇପାରିବେ । ଏହି ଦେବସେନାର ଗହଣାକୁ ଅଫିସିଆଲ୍ ଜୁଏଲାରୀ ଡିଜାଇନର ‘ ଆମ୍ରପାଲୀ ଜୁଏଲ୍ସ’ ଡିଜାଇନ କରିଛନ୍ତି । ଏହାର ଷ୍ଟୋର ହାଇଦ୍ରାବାଦରେ ଅଛି ।

ଫିଲ୍ମର ରିଲିଜ୍ ପରେ ଆମ୍ରପାଲୀ ଜୁଏଲ୍ସ ‘ ବାହୁବଳୀ ୨’ର କଲେକ୍ସନକୁ ନିଜ ଷ୍ଟୋରରେ ଲଂଚ କରିଛନ୍ତି । ଏହି କଲେକ୍ସନରେ ଗୋଲ୍ଡ ପ୍ଲେଟେଡ୍ ,ସିଲଭର ଓ କୁନ୍ଦନର ନାକ ଗୁଣା , ହାର , ଚୁଡି, ବ୍ରେସଲେସ, ପାଉଁଜି , ଝୁମକି ,ବାଜୁବନ୍ଦ ଓ ଫିଲ୍ମରେ ବ୍ୟବହୃତ ସବୁ ଅଳଙ୍କାର ଉପଲବ୍ଧ ଅଛି । ଆପଣ ଚାହିଁଲେ ସେହି ଷ୍ଟୋରରୁ ସଂଗ୍ରହ କରିପାରିବେ ଏସବୁ ଗହଣା ।