ଫିଲ୍ମ ‘ଟ୍ୟୁବଲାଇଟ’ର ବକ୍ସ ଅଫିସ୍ କଲେକ୍ସନରେ ଟକ୍କର ଦେବ ଫିଲ୍ମ ‘ଟ୍ରାନ୍ସଫର୍ମର୍ସ : ଦ ଲାଷ୍ଟ ନାଇଟ୍’ !

26

ପୂର୍ବଭଳି ଏଥର ଇଦ୍ ରେ ଭାଇଜାନଙ୍କ ‘ଟ୍ୟୁବଲାଇଟ’ ପ୍ରଶଂସକଙ୍କୁ ସେତେଟା ପ୍ରଭାବ ପକାଇବନି ବୋଲି ଚର୍ଚ୍ଚା । ଏହା କେବଳ ସଲମାନ ଖାନଙ୍କ ପ୍ରଶଂସକମାନେ ନୁହେଁ , ଫିଲ୍ମ ଟ୍ରେଡ୍ ସହ ଜଡ଼ିତ ପ୍ରମୁଖ ବ୍ୟକ୍ତିମାନେ ବି ଏହି ଅନ୍ଦାଜ ଲଗାଇଥିଲେ । ଆଗରୁ ୨-୩ଟି ଇଦ୍ ରେ ସଲମାନ କମାଲ୍ କରୁଥିଲେ । ଏଥର ସେମିତି ହୋଇପାରିବ ନାହିଁ । କାରଣ ଫିଲ୍ମ ‘ଟ୍ରାନ୍ସଫର୍ମର୍ସ’ ସିରିଜ୍ ଦେବ କଡ଼ା ଟକ୍କର ।

ଫିଲ୍ମ ବିଜିନେସ୍ ସହ ଜଡ଼ିତ ଖବର ଅନୁସାରେ , ଏମିତି ନୁହେଁ ଯେ ପ୍ରଶଂସକଙ୍କ ମଧ୍ୟରେ ସଲମାନଙ୍କ କ୍ରେଜ ନାହିଁ , ତାନୁହେଁ , ହେଲେ ଆସନ୍ତା ସପ୍ତାହରେ ରିଲିଜ ହେବାକୁ ଥିବା ଫିଲ୍ମ ‘ଟ୍ରାନ୍ସଫର୍ମର୍ସ’ ସିରିଜର ୫ମ ଫିଲ୍ମ ‘ଟ୍ରାନ୍ସଫର୍ମର୍ସ : ଦ ଲାଷ୍ଟ ନାଇଟ୍’ , ଖୁବ୍ ଟକ୍କର ଦେବ । ଏବଂ ଏହାର ସିଧା ପ୍ରଭାବ ସଲମାନଙ୍କ ଫିଲ୍ମର ବକ୍ସ ଅଫିସ କଲେକ୍ସନ ଉପରେ ପଡିବାର ସମ୍ଭାବନା ରହିଛି ।