ସରିବନି ‘ବାହୁବଳୀ’ର ଯାତ୍ରା ! ଛୋଟ ପରଦାରେ ଆସିବ ‘ବାହୁବଳୀ’

30

ଭାରତୀୟ ସିନେମା ଇତିହାସରେ ଏସଏସ ରାଜମୈାଳୀଙ୍କ ଫିଲ୍ମ ‘ବାହୁବଳୀ’ ଏକ ସ୍ୱାତନ୍ତ୍ର ପଦଚିହ୍ନ ତିଆରି କରିଛି । ଏହାର ଦ୍ୱିତୀୟ ଭାଗକୁ ଆକର୍ଷଣୀୟ କରିବାକୁ ଆହୁରି ଅନେକ ଯୋଜନା କରିଛି ପ୍ରଯୋଜନା ସଂସ୍ଥା । ଅନେକ ନୂଆ ନୂଆ ତଥ୍ୟ ଦର୍ଶକଙ୍କ ସାମ୍ନାକୁ ଆଣିବ । ଏହାକୁ ନେଇ ଦର୍ଶକ ଅଧିକ ଭାବ ପ୍ରବଣ ହୋଇଉଠିବେ ।

ସୂଚନା ଅନୁସାରେ , ରାଜମୈାଳୀ ଓ ‘ବାହୁବଳୀ’ର ନିର୍ମାତା ମିଶି ଆଗକୁ ଅନେକ ଯୋଜନା କରିଛନ୍ତି । ଯାହା ଗୋଟିଏ ପରେ ଗୋଟିଏ ସମସ୍ତଙ୍କ ସାମ୍ନାକୁ ଅଣାଯିବ । ‘ବାହୁବଳୀ’କୁ ଫ୍ରାଂଚାଇଜ ଭଳି ବ୍ୟବହାର କରାଯିବ । ଏହାସହ ଏହାର ସ୍ପିନ୍ ଅଫ୍ ବି ଆସିପାରେ । ବାହୁବଳୀର ସବୁଠୁ ବଡ ଯୋଜନା ହେଲା,‘ବାହୁବଳୀ ଥିମ୍ ପାର୍କ ’ । ଖବର ଅନୁସାରେ ଦେଶର ଅନେକ ଅଂଚଳ ସହ ବିଦେଶରେ ବି ଏହି ଥିମ୍ ପାର୍କ ଖୋଲିବାର ଯୋଜନା ଚାଲିଛି ।
ଏହାସହ ମଧ୍ୟ କୁହାଯାଉଛି , ‘ବାହୁବଳୀ’ର ଦ୍ୱିତୀୟ ଭାଗର ରିଲିଜ ପରେ ଏହାର ଟେଲିଭିଜନ ସିରିଜ ମଧ୍ୟ ଆରମ୍ଭ ହେବ ।