ସୁନିଲ ଗ୍ରୋଭର ଦେଲେ କପିଲଙ୍କୁ ଝଟକା : କହିଲେ, ସୁଧୁରି ଗଲେ ବି କପିଲ ସୋ’କୁ ଫେରିବିନି

31

ଏବେ କଣ କରିବେ କପିଳ ଶର୍ମା । ନିଜ ଭୁଲରେ ନିଜେ ଯାଇଛନ୍ତି ଫସି । ନିଜ ସୋ’ ର ବିଗିଡା ଅବସ୍ଥା କମାଇଲାଣି ସୋ’ ର ଟିଆରପି । ହେଲେ କପିଲଙ୍କ ସାଥୀ କଳାକାର ସୁନିଲ ଗ୍ରୋଭର ଦେଇଛନ୍ତି ଝଟକା ବୟାନ । କପିଲ ଏବେ ସୁଧୁରି ଗଲେ ବି ସେ ଫେରିବେନି ତାଙ୍କ ସୋ’କୁ । ଏହି କଥାର ଖୁଲାସା ରାଜୁ ଶ୍ରୀବାସ୍ତବ କରିଛନ୍ତି ।

ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ରାଜୁ ଶ୍ରୀବାସ୍ତବ କହିଛନ୍ତି , ‘ନିକଟରେ ସୁନିଲଙ୍କ ସହ ଭେଟିଥିଲି । ଆମେ କପିଲ ସୋ ର ସୁଟ୍ କରୁଥିଲୁ । ଏହି ପାଖରେ ସୁନିଲ ଇଣ୍ଡିଆନ ଆଇଡଲର ସୁଟିଂ କରୁଥିଲେ’ । ସେତେବେଳେ ସୁନିଲ ,ରାଜୁ ଶ୍ରୀବାସ୍ତବଙ୍କୁ କହିଥିଲେ , ‘ମୁଁ ପପୁଲାରିଟି ଚାହୁଁନାହିଁ । ମୋ ସହ ବହୁତ ଖରାପ ବ୍ୟବହାର ହୋଇଛି । ମୁଁ କେବେ ଆଉ ସେ ସୋ କୁ ଫେରିବିନି ’ ।ଏବେ କଣ କରିବେ କପିଲ । ଅନିଶ୍ଚିତତା ଭିତରେ ଚଳେଇଛନ୍ତି ସୋ ।