ପୁଅକୁ ଛାଡି କରୀନା ହେଲେଣି କ୍ୟାରିୟର ମନସ୍କ : ମନରେ ଷ୍ଟାରଡମ ବିଗିଡି ଯିବାର ଭୟ

38

ବଲିଉଡ୍ ଅଭିନେତ୍ରୀ କରୀନା କପୁରଙ୍କ ପୁଅ ଏବେ କିଛି ମାସର ହୋଇଛି । ହେଲେ ତାକୁ ଛାଡି କରୀନା ଖୁବ୍ ବାହାରେ ବୁଲୁଛନ୍ତି । ଯେମିତି ଲାଗୁଛି ସେ ୫ବର୍ଷର ହୋଇଯାଇଛି । ଆଉ ମା’ର ସାହାରା ବେଶୀ ଦରକାର ନାହିଁ । କରୀନାଙ୍କର ଏପରି କରିବାକୁ ଅନେକ ଆଲୋଚନା କରିବା ସହ ଅନେକ ପ୍ରଶଂସା କରୁଛନ୍ତି କରୀନା ଏବେ ନିଜର କ୍ୟାରିୟର ପାଇଁ ଲାଗିଛନ୍ତି ବୋଲି ମଧ୍ୟ କହୁଛନ୍ତି ।

କରୀନାଙ୍କୁ ମଧ୍ୟ ଏହି କଥାର ଭାରି ଡର । ଯଦି ସେ ଅଧିକ ସମୟ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହିବେ ତ ନିଜ କ୍ୟାରିୟରରେ ଖରାପ ପ୍ରଭାବ ପଡିପାରେ । ଏଣୁ ଏହି କାରଣରୁ କରୀନା ଖୁବ୍ ଶୀଘ୍ର ଫିଲ୍ମକୁ ଫେରିବାକୁ ଚାହୁଁଛନ୍ତି । ଖବର ଅନୁସାରେ , ଏବେ କରୀନା ନିଜ ପୁଅର ଦେଖାଶୁଣା କରିବା ପରିବର୍ତେ, ପୁଣି ନିଜର ପୁରଣା ଅନ୍ଦାଜକୁ ଫେରିବାକୁ ଲାଗିପଡିଛନ୍ତି । ଶିଶୁ ପୁତ୍ର ପ୍ରସବ ପରେ କରୀନା ନିଜ ଓଜନର ପାଖାପାଖି ୧୨ କିଲୋ କମାଇଦେଇଛନ୍ତି ।

ବଲିଉଡରେ ଏମିତି ଅଭିନେତ୍ରୀ ଅଛନ୍ତି , ଯିଏ ମା’ ହେବା ପରେ ଫିଲ୍ମ କ୍ୟାରିୟରକୁ ଫେରିପାରିନାହାଁନ୍ତି । ହେଲେ କରୀନା ସେମାନଙ୍କ ଭଳି ହେବାକୁ ଚାହୁଁ ନାହାଁନ୍ତି । ମା’ ହେବା ପରେ ସେ ନିଜର ଷ୍ଟାରଡମକୁ ଆଗଭଳି କରିବାକୁ ଚାହିଁଁଛନ୍ତି । ଏବେ କରୀନା କୈାଣସି କଥାକୁ ଖାତିର ନକରି ନିଜ ବିଚାରରେ ନିଜର ପୁଅକୁ ବଢାଇବାକୁ ଚାହୁଁଛନ୍ତି ।