ଅଭିନେତ୍ରୀ ଏବେ ଲେଖିକା : ଚର୍ଚ୍ଚାରେ ଟ୍ୱିଙ୍କିଲ ଖାନ୍ନା

57

58223818ବଲିଉଡର ବାବୁ ମୋଶାୟେ ଭାବେ ଜଣାଯାଉଥିବା ସ୍ୱର୍ଗୀୟ ଅଭିନେତା ରାଜେଶ ଖାନ୍ନାଙ୍କ ବଡ ଝିଅ ହେଉଛନ୍ତି ଟ୍ୱିଙ୍କିଲ ଖାନ୍ନା । ଆଜିକାଲି ଜଣେ ଚର୍ଚ୍ଚିତା ଲେଖିକା ଭାବେ ସାଜିଛନ୍ତି ଖୁବ୍ ଲୋକପ୍ରିୟ । ନିକଟରେ ନିଜ ଟ୍ୱିଟରରେ ପିତା ରାଜେଶଙ୍କ ସହ ନିଜର ଏକ ଫଟୋ ଅପଲୋଡ କରି ଟ୍ୱିଙ୍କିଲ ଲେଖିଛନ୍ତି ଯେ ତାଙ୍କ ପିତା ସବୁବେଳେ ପରାମର୍ଶ ଦେଉଥିଲେ ଲେଖାଲେଖିରେ ଆଗକୁ ବଢିବା ପାଇଁ ।

କିନ୍ତୁ ପିତାଙ୍କ ପରାମର୍ଶକୁ ଗ୍ରହଣ ନକରି ଟ୍ୱିଙ୍କିଲ ଅଭିନୟ ଜଗତରେ ପାଦ ଥାପି ଥିଲେ । ୧୯୯୫ରେ ‘ବରଷାତ୍’ ଚଳଚ୍ଚିତ୍ରରେ କ୍ୟାରିୟର ଆରମ୍ଭ କରିଥିବା ଟ୍ୱିଙ୍କିଲ ସେଭଳି ସଫଳତା ପାଇନଥିଲେ । ସମୟକ୍ରମେ ସେ ଅଭିନୟରୁ ସଂପୂର୍ଣ୍ଣ ସନ୍ୟାସ ନେଇଥିଲେ । ୨୦୦୧ରେ ଅକ୍ଷୟ କୁମାରଙ୍କୁ ବିବାହ କରିବା ପରେ ଟ୍ୱୁିଙ୍କିଲଙ୍କ ଜୀବନର ଗତିପଥ ବଦଳିଯାଇଥିଲା ।

ଟ୍ୱିଙ୍କିଲଙ୍କ ଲେଖା ପଢି ଅକ୍ଷୟ ଖୁବ୍ ପ୍ରଶଂସା କରିଥିଲେ । ଏହାପରେ ସେ ହିଁ ପତ୍ନୀଙ୍କୁ କାହାଣୀ ଲେଖିବାକୁ ବାଧ୍ୟ କରିଥିଲେ ।୨୦୧୫ରେ ଟ୍ୱିଙ୍କିଲଙ୍କ ଲିଖିତ ପ୍ରଥମ ପୁସ୍ତକ ପ୍ରକାଶିତ ହୋଇଥିଲା । ୨୦୧୬ରେ ପ୍ରକାଶିତ ତାଙ୍କ ପୁସ୍ତକ ‘ ଦ ଲିଜେଣ୍ଡ ଅଫ୍ ଲକ୍ଷ୍ମୀପ୍ରସାଦ’ ଶ୍ରେଷ୍ଠ ପୁସ୍ତକର ସ୍ଥାନ ପାଇଥିଲା । ଏବେ ଟ୍ୱିଙ୍କିଲ ନିଜର ଏହି ସଫଳତାକୁ ନେଇ ଖୁବ୍ ଗର୍ବିତ । ଆଉ ବାପା ଥିଲେ ବହୁତ ଖୁସି ହୋଇଥାନ୍ତେ ବୋଲି କୁହନ୍ତି ।