ସିଲଭର ସ୍କ୍ରିନରେ ୨୫ ବର୍ଷରେ କିଙ୍ଗ ଖାନ୍ ! ଶାହାରୁଖଙ୍କୁ ଶୁଭେଚ୍ଛା ଦେବାକୁ ପ୍ରଶଂସକଙ୍କ ଟ୍ୱିଟରରେ ଭିଡ଼

27

ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ୍ ଆଜି ଟ୍ୱିଟରରେ ଛାଇଯାଇଛନ୍ତି । ସେ ବଲିଉଡରେ ନିଜର ସିଲଭର ଜୁବଲି ପାଳନ କରୁଛନ୍ତି । ଆଜିର ଦିନରେ ଅର୍ଥାତ୍ ୨୫ ଜୁନରେ ଶାହାରୁଖଙ୍କ ପ୍ରଥମ ଫିଲ୍ମ ‘ଦିବାନା’ ରିଲିଜ ହୋଇଥିଲା । ଏହି ଫିଲ୍ମରେ ଶାହାରୁଖ ରାଜା ସହାୟଙ୍କ ଚରିତ୍ରରେ ନଜର ଆସିଥିଲେ । ଫିଲ୍ମରେ ଶାହାରୁଖଙ୍କ ସହ କଳାକାର ଥିଲେ ଦିବ୍ୟା ଭାରତୀ । ଫିଲ୍ମରେ ଋଷି କପୁର , ଆଲୋକ ନାଥ ଓ ଅମରିଶ୍ ପୁରୀ ଆଦି କଳାକାର ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ।

ଟ୍ୱିଟରରେ ଶାହାରୁଖଙ୍କ ପ୍ରଶଂସକମାନେ ପାଳନ କରୁଛନ୍ତି ତାଙ୍କର ୨୫ ବର୍ଷର ଲମ୍ବା ସଫଳତାର ପର୍ବ । କିଏ ଶାହାରୁଖଙ୍କ ପ୍ରସିଦ୍ଧ ମୁଭିର କ୍ଲିପ୍ ଉତ୍ସର୍ଗ କରୁଛନ୍ତି ତ କିଏ ଫଟୋ କୋଲାଜ କରି ଟ୍ୱିଟ୍ କରୁଛନ୍ତି । ପ୍ରଥମେ କିଙ୍ଗ ଖାନଙ୍କ ପ୍ରଡକ୍ସନ ହାଉସ୍ ରେଡ୍ ଚିଲ୍ଲୀ ତାଙ୍କ ୨୫ ବର୍ଷର ସଫଳତାର ଧନ୍ୟବାଦ ଦେଇଛନ୍ତି । ଏହାସହ ଅନେକ ପ୍ରଶଂସକ ମଧ୍ୟ ଶାହାରୁଖଙ୍କ ଘର ‘ମନ୍ନତ’ର ବାହାରେ ବହୁ ସଂଖ୍ୟାରେ ଶୁଭେଚ୍ଛା ଜଣାଇବାକୁ ପହଁଚିଥିଲେ । ଶାହାରୁଖ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।