ଏବେ ଆମକୁ ବି ସମ୍ମାନ ମିଳିବାକୁ ଲାଗିଲାଣି! ‘ନ୍ୟୁଟନ’ଫିଲ୍ମର ଅଭିନେତା କହିଲେ ମନର କଥା

100

pankaj-tripathi-1କନକ ବ୍ୟୁରୋ : ଛତିଶଗଡ ନକ୍ସଲ ପ୍ରଭାବିତ ଅଂଚଳରେ ଫ୍ରି ଆଣ୍ଡ ଫେୟାର ନିର୍ବାଚନ କରିବା ବିଷୟ ଉପରେ ଆଧାରିତ ଫିଲ୍ମ ‘ନ୍ୟୁଟନ’ । ଆଉ ଏଥିରେ ଜଣେ ଆସିଷ୍ଟାଣ୍ଟ କମାଣ୍ଡେଂଟର ଭୂମିକା କରୁଥିବା ପଙ୍କଜ ତ୍ରିପାଠୀ କହିଛନ୍ତି , ଏହି ଫିଲ୍ମଟି ଓସ୍କାର ଯିବା ପାଇଁ ବଛା ଯିବା ଏକ ଭଲ ପ୍ରମାଣ ଯେ ହିନ୍ଦି ଫିଲ୍ମ ଏବେ ବଦଳୁଅଛି । ‘ଫୁକରେ’, ‘ମସାନ’, ‘ବ୍ୟାଙ୍ଗ୍ସ ଅଫ୍ ବାସେପୁର’, ‘ଓମକାରା’, ‘ଗୁଣ୍ଡେ’, ‘ନିଲ୍ ବଟେ ସନ୍ନାଟା ’ , ‘ଅନାରକଲୀ ଅଫ୍ ଆରା ’ ଓ ‘ମାଂଝି : ଦ ମାଉଣ୍ଟେନ ମ୍ୟାନ୍’ ଭଳି ଅନେକ ଭଲ ଫିଲ୍ମ କରିଥିବା ପଙ୍କଜ କହିଛନ୍ତି, ‘ନ୍ୟୁଟନ’ର ଓସ୍କାର ଯିବା ସେ କେବେ ଭାବି ବି ନଥିଲେ ।

ପଙ୍କଜଙ୍କ କହିବାନୁସାରେ , ଆମର ଫିଲ୍ମ ଫେଷ୍ଟିଭାଲରେ ଧୁମ ମଚାଉଥିଲା, କିନ୍ତୁ ଓସ୍କାର ବିଷୟରେ ଆମେ କେବେ ଭାବିନଥିଲୁ । ଆମକୁ ଯେଉଁ କାହାଣୀ ମିଳିଥିଲା , ଆମେ ଏହାକୁ ଭଲ କରିବାର ଥିଲା ଏବଂ ଆଉ ଆମେ ଏହା କରିପାରିଛୁ , ଏହା ହିଁ ଆମକୁ ଖୁସି ଦେଇଛି । ଏହା ଦ୍ୱାରା ଆଉ ଥରେ ପୁଣି କଣ୍ଟେଂଟର ଗୁରୁତ୍ୱ ରହିଛି । ଅଧିକ ନୂଆ ଲୋକ ଥିବା ଏହି ଟିମ୍ ର ଏହି ଛୋଟ ଫିଲ୍ମ ଦେଖାଇଛି ଭାରତୀୟ ଦର୍ଶକ ଏବେ ବଦଳୁଛନ୍ତି । ଏବଂ ଏମାନଙ୍କୁ କଣ୍ଟେଂଟ ଆଧାରିତ ଫିଲ୍ମ ଖୁବ୍ ପସନ୍ଦ ଆସୁଛି । ଏବେ କାହାଣୀ ହିଁ ଫିଲ୍ମର ହିରୋ ପାଲଟୁଛି । ମୋତେ ଖୁସି ଲାଗୁଛି ଯେ, ଏହି ଫିଲ୍ମ ଯୋଗୁଁ ଆମକୁ ବି ଏବେ ସମ୍ମାନ ଓ ପରିଚୟ ମିଳିବାକୁ ଲାଗିଛି ।’

NBT-imageପଙ୍କଜ ଫିଲ୍ମ ନ୍ୟୁଟନ ବିଷୟରେ କହିଛନ୍ତି , ଏହି ଫିଲ୍ମଟି କୈାଣସି ସତ ଘଟଣା ଉପରେ ଆଧାରିତ ନୁହେଁ । କିନ୍ତୁ ଅନେକ କଠିନ ରିସର୍ଚ୍ଚ ପରେ ଏହାର କାହାଣୀ ଲେଖା ଯାଇଛି । ଏହାକୁ ଛତିଶଗଡର ଭିଲାଇ ଜଙ୍ଗଲରେ ଶୁଟ୍ କରାଯାଇଛି । ଏହି ଜଙ୍ଗଲ ପାଖରେ ଏକ ଗାଁ ଅଛି । ଶୁଟିଂରେ ପାଖାପାଖି ୪୦ ଦିନ ସମୟ ଲାଗିଥିଲା । ଏହି କାରଣରୁ ୪୦ ଦିନ ଯାଏ ଆମେ ମୋବାଇଲ ଓ ଇଂଟରନେଟ୍ ଠାରୁ ଦୂରେ ଥିଲୁ । ସନ୍ଧ୍ୟାରେ ଶୁଟିଂ ସାରି ଯେତେବେଳେ ଫେରୁଥିଲୁ ସେତେବେଳେ କେବେକେବେ ଫୋନର ନେଟୱର୍କ ଆସିଯାଉଥିଲା । କିନ୍ତୁ ଇଂଟରନେଟ ପୂରା ପୂରି କଟିଯାଇଥିଲା । ଲଂଚ ପାଇଁ ବି ଆମେ ଜଙ୍ଗଲ ଠାରୁ ଅନେକ ଦୂର ଚାଲି ଚାଲି ଯାଉଥିଲୁ । କାରଣ ଜଙ୍ଗଲରେ ଖାଦ୍ୟ ପ୍ରସ୍ତୁତି ପାଇଁ ମନା କରାଯାଇଥିଲା।

ସବୁଠୁ ମଜାର କଥା ଯେ ଆମ ଫିଲ୍ମରେ କାମ କରିଥିବା ଆଦିବାସୀମାନଙ୍କର ଆମର ଖାଦ୍ୟ ପସନ୍ଦ ଆସିନଥିଲା । ଗୋଟିଏ ଦିନ ସେମାନେ ଆମ କ୍ୟାଟରିଂରେ ଖାଇଥିଲେ । କିନ୍ତୁ ଦ୍ୱିତୀୟ ଦିନ ସେମାନେ ନିଜ ଖାଦ୍ୟ ନିଜେ ବନାଇଥିଲେ । ଆମର ଖଅଦ୍ୟରେ ଅଧିଲ ତେଲ ମସଲା ଥିଲା । ଯାହା ସେ ପସନ୍ଦ କରୁନଥିଲେ । ସେମାନେ ପାଣି ଭର୍ତ୍ତି ଭାତ କରୁଥିଲେ । ଯେଉଁଥିରେ ଲୁଣ ଥିଲା । ମୋତେ ତାଙ୍କର ଭାତ ବହୁତ ପସନ୍ଦ ଆସୁଥିଲା । ’ ପଙ୍କଜ ଖୁବ ଶୀଘ୍ର ସୁପରଷ୍ଟାର ରଜନୀକାନ୍ତଙ୍କ ସହ ମଧ୍ୟ ଏକ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଏହା ସହ ‘ଫୁକରେ ରିଟର୍ଣ୍ଣସ’ ରେ ମଧ୍ୟ ନଜର ଆସିବେ ।

(ସୌଜନ୍ୟ- ନବ ଭାରତ ଟାଇମ୍ସ)