ବଲିଉଡ଼ରେ ଅର୍ଜୁନ-କୀର୍ତ୍ତି ଯୋଡ଼ିକୁ ନେଇ ଚର୍ଚ୍ଚା !

35

ସମୟ ସହ ତାଳ ଦେଇ ଏବେ ଦର୍ଶକଙ୍କ ରୁଚି ମଧ୍ୟ ବଦଳିବାରେ ଲାଗିଛି । ନୂଆ ନୂଆ କଳାକାର ମଧ୍ୟ ବଲିଉଡରେ ପ୍ରବେଶ କରୁଛନ୍ତି । ଏହି ଅନୁସାରେ ଏବେ ନୂଆ ନୂଆ ଯୋଡିଙ୍କ ଯୁଗ ଆରମ୍ଭ ହୋଇଯାଇଛି । ଦର୍ଶକ ବି ଏହି ନୂଆ ଯୋଡିଙ୍କୁ ଦେଖିବାକୁ ପସନ୍ଦ କରୁଛନ୍ତି । ଏବେ ଖୁବ୍ ଶୀଘ୍ର ଦର୍ଶକ ଆଉ ଏକ ନୂଆ ଯୋଡିକୁ ଦେଖିବାକୁ ପାଇବେ । ସେମାନେ ହେଉଛନ୍ତି ଅର୍ଜୁନ କପୁର ଓ କୀର୍ତ୍ତି ସାନନ୍ ।

ବଲିଉଡ଼ଲାଇଫ୍ ରିପୋର୍ଟ ଅନୁଯାୟୀ ଏହି ନୂଆ ଯୋଡିଟିକୁ ‘ଫର୍ଜି’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ । କୀର୍ତ୍ତି ଫିଲ୍ମରେ ମୁଖ୍ୟ ନାୟିକା ରହିବେ । ରାଜ୍ ନିଦିମୋରୁ ଓ କୃଷ୍ଣା ଡିକେ ଏହି ଫିଲ୍ମର ନିଦ୍ଦେର୍ଶନା ଦେବେ । ମାସେ ହେଲା ସେମାନେ ଏ ନେଇ ଅର୍ଜୁନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ଏହି ନିର୍ଦ୍ଦେଶକ ଦ୍ୱୟ ଏବେ ସେମାନଙ୍କ ନୂଆ ଚଳଚ୍ଚିତ୍ର ‘ଏ ଜେଣ୍ଟେଲମ୍ୟାନ୍’ ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏଥିରେ ବି ସେମାନେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ନୂଆ ଯୋଡି ଭାବେ ନେଇଛନ୍ତି ।

ଫିଲ୍ମଟି ଆଗାମୀ ୨୫ ତାରିଖରେ ରିଲିଜ ହେବା ପୂର୍ବରୁ ‘ଫର୍ଜି’ ରେ ଶାହିଦ କପୁରଙ୍କୁ ଦେଖିବାକୁ ମିଳିବ ବୋଲି ଶୁଣା ଯାଉଥିଲା ।