୧୭ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଅନିଲ୍ କପୁର ଓ ଐଶ୍ୱର୍ଯ୍ୟା ରାୟ ! ଆରମ୍ଭ ହେଲା ଫିଲ୍ମ ‘ଫନ୍ନେ ଖାନ୍’ର ସୁଟିଂ

48

ବଲିଉଡ ଅଭିନେତା ଅନିଲ୍ କପୁର । ଯାହାଙ୍କ ଅଭିନୟର ଦକ୍ଷତାକୁ କେହି ତୁଳନା କରିପାରିବେ ନାହିଁ । ଏବେ ବି ସେ ଲାଗନ୍ତି ଯୁବ ଅଭିନେତା ଭଳି । ଯାହାଙ୍କ ଫିଲ୍ମ ‘ ମିଷ୍ଟର ଇଣ୍ଡିଆ’ , ଅଲ୍ ଟାଇମ୍ ହିଟ ଫିଲ୍ମ । ଆଉ ଏହାକୁ ଛୋଟ ଠାରୁ ବଡ ସମସ୍ତଙ୍କ ମନକୁ ଛୁଇଁପାରିଛି । ଅନିଲ କପୁର ଯେଉଁ ଫିଲ୍ମରେ ନଜର ଆସିଛନ୍ତି , ସେ’ଠି କମାଲ କରିଛନ୍ତି । ଆଉ ଏବେ ପୁଣି ଆଉ ଏକ ଫିଲ୍ମ ଜରିଆରେ ଫେରିଛନ୍ତି । ଆଗାମୀ ଫିଲ୍ମ ‘ଫନ୍ନେ ଖାନ୍’ କୁ ନେଇ ଖୁବ୍ ଖୁସି ଅନିଲ୍ କପୁର ।

ଫିଲ୍ମ ‘ଫନ୍ନେ ଖାନ୍’ ର ସୁଟିଂ ଏବେ ଆରମ୍ଭ ହୋଇଯାଇଛି । ଅନିଲ୍ ଏହାକୁ ଏକ ଖାସ୍ ଫିଲ୍ମ ବୋଲି କହିଛନ୍ତି । ଅନିଲ୍ କପୁର ରବିବାର ଦିନ ଟ୍ୱିଟ୍ କରି ଏହା ଜଣାଇଛନ୍ତି । ସୁଟିଂ ସେଟରୁ ଫିଲ୍ମର କ୍ଲାପବୋର୍ଡର ଫଟୋ ସେୟାର କରି ସୁଟିଂ ଆରମ୍ଭ ହେବାର ସୂଚନା ଦେଇଛନ୍ତି । ଏହାସହ ସେ ଫଟୋ କ୍ୟାପସନରେ ଲେଖିଛନ୍ତି , ‘ଏହା ଏକ ଖାସ୍ ଆରମ୍ଭର କ୍ଲାପ୍ । ଆରମ୍ବ ଦିନ ଏକ ହେଉଛି ଏକ ସର୍ବଶ୍ରେଷ୍ଠ ଦିନ । ‘ଫନ୍ନେ ଖାନ୍’ ସୁଟିଂ ଆରମ୍ଭ ।’ ସୂଚନା ଏହି ଯେ, ଏହି ଫିଲ୍ମରେ ଅନିଲ କପୁରଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନଜର ଆସୁଛନ୍ତି ।

ଏହାପୂର୍ବରୁ ଅନିଲ୍ କପୁର ଫିଲ୍ମର ପ୍ରଥମ ଲୁକକୁ ସେୟାର କରିଥିଲେ । ଯେଉଁଥିରେ ସେ ଗୋଲଡେନ୍ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଥିଲେ । ଓସ୍କାର ନୋମିନେଟେଡ୍ ଡଚ୍ ଫିଲ୍ମ ‘ଏଭ୍ରିବଡିଜ୍ ଫେମସ’ ର ଅଫିସିଆଲ୍ ରିମେକ ‘ଫନ୍ନେ ଖାନ୍ ’ । ଅତୁଲ ମଂଜରେକର ଏହାକୁ ନିର୍ଦ୍ଦେଶନା ଦେବେ । ଏଥିରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ରାଜ କୁମାର ରାଓଙ୍କ ଭଳି କଳାକାର ମହତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ସବୁଠୁ ମଜାଦାର କଥା ଏହା ଯେ, ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ରାୟ ୧୭ ବର୍ଷ ପରେ ଅନିଲ୍ କପୁରଙ୍କ ସହ ନଜର ଆସୁଛନ୍ତି । ଏହା ପୂର୍ବରୁ ସେ ୨୦୦୦ମସିହାରେ ‘ହମାରା ଦିଲ୍ ଆପକେ ପାସ୍ ହୈ’ ଓ ୧୯୯୯ ମସିହାରେ ହିଟ୍ ଫିଲ୍ମ ‘ତାଲ୍’ ରେ ଏକାଠି କାମ କରିଥିଲେ । ଏହା ପୂର୍ବରୁ ଖବର ମିଳିଥିଲା କି ଆର୍. ମାଧବନ, ଐଶ୍ୱର୍ଯ୍ୟାଙ୍କ ନଜର ଆସିବେ ଏହି ଫିଲ୍ମରେ । ରିଲିଜ ହେଲେ ଜଣାପଡିବ କେମିତି ଅଭିନୟର ଯାଦୁ ଦେଖାଉଛନ୍ତି ଅନିଲ୍- ଐଶ୍ୱର୍ଯା ଯୋଡି ।