ଅମିତାଭ ହେବେ ଭୀଷ୍ମ ! ୭ଶହ କୋଟି ଟଙ୍କାରେ ତିଆରି ହେବ ‘ମହାଭାରତ’

83

3292017abମହାଭାରତରେ ଭୀଷ୍ମ ପିତାମହଙ୍କ ଭୂମିକା ସବୁଠୁ ପ୍ରଭାବଶାଳୀ ଭୂମିକାମାନଙ୍କ ମଧ୍ୟରେ ଗୋଟିଏ । ଯଦି ବଡ ପରଦାରେ ଏହାକୁ ତିଆରି ହୁଏ ତ ଆଜିକା ଦିନରେ ଅମିତାଭ ହିଁ ଏହି ଭୂମିକାରେ ପରଫେକ୍ଟ ହେବେ । ଭୀଷ୍ମଙ୍କ ଭୂମିକାରେ ଗମ୍ଭୀର ସ୍ୱର ଓ ଦମଦାର ଠାଣୀ ଦରକାର । ଆଉ ଏସବୁ ସାଦୃଶ୍ୟ କେବଳ ଅମିତାଭଙ୍କ ଠାରେ ହିଁ ରହିଛି । ଏବେ ଖୁବ୍ ଶ୍ରୀଘ୍ର ସିଲିଭର ସ୍କ୍ରିନରେ ଭୀଷ୍ମ ଚରିତ୍ରରେ ଅମିତାଭ ନଜର ଆସିବାର ସମ୍ଭାବନା ରହିଛ । ଏଥିନେଇ ତାଙ୍କ ସହ କଥାବାର୍ତ୍ତା ଚାଲିଛି ।

ସୂଚନା ଅନୁସାରେ ,ପ୍ରସିଦ୍ଧ ଏଡ୍ ଫିଲ୍ମ ପ୍ରଯୋଜକ ଏନଏ ଶ୍ରୀକୁମାର ମେନନ ମହାଭାରତ ଉପରେ ଆଧାରିତ ଏକ ବହୁଭାଷୀ ଫିଲ୍ମ କରିବାକୁ ଯାଉଛନ୍ତି । ମହାଭାରତକୁ ଆମେ ଏବେସୁଦ୍ଧା କୃଷ୍ଣ ଓ ପାଣ୍ଡବଙ୍କ ନଜରରେ ଦେଖିଆସିଛେ । କିନ୍ତୁ ଏହି ଫିଲ୍ମରେ ଭୀଷ୍ଣଙ୍କୁ ପ୍ରାଧ୍ୟାନ ଦେଇ ମହାଭାରତର ମହାଗାଥାକୁ ଦୃଶ୍ୟାୟନ କରାଯିବ । ଏଥିପାଇଁ ପ୍ରଯୋଜକ ମେନନ ଅମିତାଭଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି । ଯଦି ଅମିତାଭ ସବୁଜ ସଙ୍କେତ ଦିଅନ୍ତି ତ ,ଖୁବ୍ ଶ୍ରୀଘ୍ର ଫିଲ୍ମର କାମ ଆରମ୍ଭ ହେବ ।

୭୦୦-୮୦୦କୋଟି ମେଗା ବଜେଟରେ ନିର୍ମାଣ ହେବାକୁ ଥିବା ଏହି ଫିଲ୍ମ ଦୁଇ ଭାଗରେ ହେବ । ଫିଲ୍ମ ହିନ୍ଦି, ତାମିଲ,ତେଲୁଗୁ ଓ ଇଂରାଜୀ ଆଦି ଭାଷାରେ ସୁଟିଂ ହେବ । ଫିଲ୍ମଟି ୨୦୧୮ମସିହାର ଶେଷ ଆଡକୁ ସୁଟିଂ ଆରମ୍ଭ ହେବାର ସୂଚନା ରହିଛି ଏବଂ ୨୦୧୯ମସିହାର ଶେଷ ବା ୨୦୨୦ର ଆରମ୍ଭରେ ରିଲିଜ ହେବାର ଅଛି ।