ଗରିବଙ୍କୁ ଖାଇବାକୁ ଦେଇ ଅମିଷା ପାଳିଲେ ଜନ୍ମଦିନ !

61

ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ୍ । ଏହି ବର୍ଷ ନିଜର ଜନ୍ମଦିନ ଏକ ଭିନ୍ନ ପ୍ରକାରରେ ପାଳୁଛନ୍ତି । ଅମିଷାଙ୍କ ଜନ୍ମଦିନ ପ୍ରକୃତରେ ୯ ଜୁନରେ । କିନ୍ତୁ ଅମିଷା ନିଜର ଜନ୍ମଦିନ ସପ୍ତାହ ପାଳନ କରୁଛନ୍ତି । ଅଭିନେତ୍ରୀ ଅମିଷା ମୁମ୍ବାଇରେ ନିଜର ଜନ୍ମଦିନ ପୂର୍ବରୁ ଗରିବଙ୍କୁ ଖାଇବାକୁ ଦେଇ ଜନ୍ମଦିନ ବନାଇଛନ୍ତି ।

ଏହି ଅବସରରେ ଅମିଷା କହିଛନ୍ତି, ସେ ଭଗବାନଙ୍କୁ ବିଶ୍ୱରେ ଶାନ୍ତିର କାମନା କରିଛନ୍ତି । ଆଉ କହିଛନ୍ତି , “ମୋ ଜନ୍ମଦିନ ଜୁନ୍ ୯ ତାରିଖରେ । କିନ୍ତୁ ମୋ ଜନ୍ମଦିନର ଏହି ସପ୍ତାହକୁ ମୁଁ ଭଲରେ ପାଳିବାକୁ ଚାହୁଁଛି । ଏଥିପାଇଁ ମୁଁ ଠିକ୍ କଲି ଯେ ଗରିବଙ୍କୁ ଖାଇବାକୁ ଦେବି । ଆମେ ଧାଁ ଦୈାଡ଼ ଜୀବନରେ ମାନବିକତାକୁ ପଛରେ ପକାଇ ଦେଉଛେ । ମୁଁ ଏବେ ସ୍ଥିର କରିଛି ଯେତେବେଳେ ସୁଯୋଗ ମିଳିବ ଲୋକଙ୍କୁ ଖାଇବାକୁ ଦେବି” ।