ଚିତ୍ର ପାଇଁ ଚରିତ୍ର, ପ୍ରଶଂସକଙ୍କ ଟ୍ୱିଟ୍ : ୧ ହଜାର କୋଟିର ‘ମହାଭାରତ’ରେ ଆମିର ହୁଅନ୍ତୁ କୃଷ୍ଣ, ହ୍ରିତିକ୍ ଅର୍ଜୁନ

56

ପୈାରାଣିକ କଥାବସ୍ତୁ ଏବେ ଫିଲ୍ମରେ । ୧ହଜାର କୋଟିର ବଜେଟରେ ନିର୍ମିତ ହେବାକୁ ଯାଉଛି ଫିଲ୍ମ ‘ମହାଭାରତ’ । ଫିଲ୍ମ ବାହୁବଳୀ ପରି ଆକ୍ସନ ଭରା କାହାଣୀର ସଫଳତା ପରି ମହାଭାରତ କିଛି କମ୍ ନୁହେଁ । ଏଥିରେ ରହିଛି ଅନେକ ଦମଦାର ଚରିତ୍ର ଓ ଆକ୍ସନ ମଧ୍ୟ । ଫିଲ୍ମର ନିର୍ମାଣ ଆରମ୍ଭରୁ ନହେଉଣୁ ଚର୍ଚ୍ଚାରେ ।

ଏହି ଫିଲ୍ମରେ କିଏ କେଉଁ ଚରିତ୍ରରେ ଅଭିନୟ କଲେ ଭଲ ହେବ , ଏଥିନେଇ ଦେଇଛନ୍ତି ଟ୍ୱିଟରରେ ମତାମତ । ନିଜର ପ୍ରିୟ ଅଭିନେତାଙ୍କୁ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଦେଖିବାକୁ ସିନେ ପ୍ରେମୀ ଆଶା ରଖିଛନ୍ତି । କିଏ କହୁଛନ୍ତି ଏହି ଫିଲ୍ମ ପାଇଁ ଅକ୍ଷୟ କୁମାର କୃଷ୍ଣ କିମ୍ବା କର୍ଣ୍ଣ ପାଇଁ ଉପଯୁକ୍ତ ଅଭିନେତା ହୋଇଥିବା ବେଳେ ଆଉ କିଏ କହୁଛନ୍ତି ଆମିର ଖାନ୍ କୃଷ୍ଣ ଚରିତ୍ର ପାଇଁ ଉପଯୁକ୍ତ । ଆଉ ମଧ୍ୟ ହ୍ରିତିକଙ୍କୁ ଅର୍ଜୁନ ଭୂମିକା ସହ ବାହୁବଳୀ ଅଭିନେତା ପ୍ରଭାସଙ୍କୁ ଭୀମ ଭୂମିକାରେ ଦେଖିବାକୁ ଚାହୁଁଛନ୍ତି ପ୍ରଶଂସକ ।