ବଲିଉଡର ଏହି ୫ ଷ୍ଟାର୍,ଯେ ରିୟଲ୍ ଲାଇଫରେ ମଧ୍ୟ ଶିକ୍ଷକ ରହିସାରିଛନ୍ତି ।
କ’ଣ ଆପଣ ଜାଣନ୍ତି କି ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ଖିଲାଡି ଅକ୍ଷୟ କୁମାର ମାର୍ସଲ୍ ଆର୍ଟସାରେ ଶିକ୍ଷକ ଥିଲେ । ତେବେ ଖିଲାଡି କୁମାରଙ୍କ ବ୍ୟତୀତ ଆଉ କେତେକ ଷ୍ଟାର୍ ମଧ୍ୟ ନିଜ କ୍ୟାରିୟରର ପ୍ରଥମ ଅବସ୍ଥାରେ ଶିକ୍ଷକତା କରୁଥିଲେ । ତେବେ ଆସନ୍ତୁ ଆଜି ଗୁରୁ ଦିବସରେ ଏଭଳି ଷ୍ଟାରଙ୍କ ବିଷୟରେ କିଛି ଜାଣିବା । ଅକ୍ଷୟ କୁମାରଙ୍କ ଜଣେ ଛାତ୍ର ତାଙ୍କୁ ମଡେଲିଙ୍ଗରେ କ୍ୟାରିୟର୍ କରିବାକୁ କହିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
୨. ଦର୍ଶକଙ୍କୁ ନିଜର ଦମଦାର୍ ଅଭିନୟରେ ମନୋରଞ୍ଜନ କରି ଆସୁଥିବା କଳାକାର ଅନୁପମ ଖେରଙ୍କର ବହୁତ ଗୁଡିଏ ଆକ୍ଟିଙ୍ଗ୍ ସ୍କୁଲ୍ ରହିଛି । ସେ ସମୟ ପାଇଲେ ଏହି ସ୍କୁଲରେ ଆସି ପିଲାମାନଙ୍କୁ ଅଭିନୟ ବିଷୟରେ ଶିକ୍ଷା ଦେଇଥାନ୍ତି । ଏମିତିକି ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ୍ ମଧ୍ୟ ତାଙ୍କ ଇନଷ୍ଟିଚ୍ୟୁଟରୁ ଡିପ୍ଲୋମା କରିଛନ୍ତି ।
୩. ଖୁବ୍ କମ୍ ଲୋକ ଜାଣିଥିବେ କମେଡିଆନ୍,ଡାଇରେକ୍ଟର,ଆକ୍ଟର ଏବଂ ଡାଇଲଗ୍ ରାଇଟର୍ କାଦାର୍ ଖାନ୍ ମୁମ୍ବାଇର ଏକ ଇଂଜିନିୟରିଂ କଲେଜରେ ପ୍ରଫେସର ରହି ସାରିଛନ୍ତି ।
୪. ଅଭିନେତ୍ରୀ ନନ୍ଦିତା ଦାସ ମଧ୍ୟ ଥିଏଟର୍ ଜଏନ୍ କରିବା ସହ ଋଷି ବେଲି ସ୍କୁଲରେ ପିଲାମାନଙ୍କୁ ପାଠ ପଢାଉଥିଲେ ।
୫. ବଳିଷ୍ଠ କଳାକାର ବଲରାଜ୍ ଶାହାଣୀ ମଧ୍ୟ ଲାହୋର ବିଶ୍ୱବିଦ୍ୟାଳୟ ଏବଂ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଶିକ୍ଷକତା କରିଥିଲେ ।