ଭୁବନେଶ୍ୱର : ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ପରେ ନର୍ସଙ୍କୁ ଇଂଜିନିିୟର ପ୍ରେମିକ ଧୋକା ଦେଇଥିବା ଅଭିଯୋଗ

141

love sex dhokaକନକ ବ୍ୟୁରୋ : ପ୍ରଥମେ ପ୍ରେମ ଆଉ ତା ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖି ଜଣେ ନର୍ସଙ୍କୁ ଧୋକା ଦେଇଛନ୍ତି ଇଂଜିନିିୟର ପ୍ରେମିକ । ଏଭଳି ଏକ ଅଭିଯୋଗ ନେଇ ମଂଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ଯୁବତୀ । ପ୍ରେମିକ ଜଣକ କଟକ ବାଦାମବାଡିର ଶ୍ରୀକାନ୍ତ କୁଅଁର । ଚାରି ବର୍ଷରୁ ଉର୍ଦ୍ଧ ସମୟ ଧରି ଭୁବନେଶ୍ୱର ଚକେଇସିଆଣୀ ଅଂଚଳରେ ଲିଭ୍ ଇନ୍ ରିଲେସନ୍ସିପରେ ପ୍ରେମିକା ସହ ରହି ଦୁଇ ଥର ଜବରଦସ୍ତ ଗର୍ଭପାତ ମଧ୍ୟ କରେଇ ସାରିଛନ୍ତି ।

ଶେଷରେ ବିବାହ କରିବାକୁ ପ୍ରେମିକା ଜିଦ୍ ଧରିବାରୁ ଛୋଟ ଜାତି କହି ପ୍ରେମିକ ଛାଡି ଚାଲିଯାଇଛନ୍ତି । କିଛି ଉପାୟ ନପାଇ ପ୍ରେମିକା ବାଦାମବାଡି ସିଧା ପ୍ରେମିକଙ୍କ ଘରକୁ ଯାଇ ଶାଶୁ ଶଶୁରଙ୍କୁ ବିବାହ ପାଇଁ ଅନୁରୋଧ କରିଥିଲେ । ହେଲେ ଛୋଟ ଜାତି କହି ଯୁବତୀ ଜଣକୁ ମାଡ ମାରି ଘରୁ ବାହାର କରିଦେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ।