ପୁରୀର ଗୋପରେ ଏନକାଉଂଟର : ଅପରାଧୀ ରବି ପ୍ରଧାନ ଆହତ

22

କନକ ବ୍ୟୁରୋ : ପୁରୀରେ ଏନକାଉଂଟର । ପୁରୀ ଜିଲ୍ଲା ଗୋପ ଥାନା କାଦୁଆ ବ୍ରିଜ୍ ନିକଟରେ ଗତକାଲି ରାତି ୧୧ଟାରେ ଏନକାଉଂଟର କରିଛି ପୋଲିସ । ଏନକାଉଂଟରରେ ଅପରାଧୀ ରବି ପ୍ରଧାନ ଓରଫ ଅବ ଆହତ ହୋଇଛି । ରବିର ଡାହାଣ ଗୋଡରେ ଗୁଳି ବାଜିଥିବା ଜଣାପଡିଛି । ତାକୁ ପ୍ରଥମେ ଚାରିଛକ ମେଡିକାଲ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ଅପରାଧୀ ରବିକୁ କାବୁ କରିବାକୁ ପୁରୀ ବାସେଳିସାହି ଥାନା, ଟାଉନ୍ ଥାନା ଓ ତାଳବଣିଆ ଥାନା ପୋଲିସ ମିଳିତ ଅପରେସନ୍ କରିଥିଲେ । ଏନକାଉଂଟରରେ ଆହତ ହୋଇଥିବା ରବି ବାଲିଘାଟ ଗୁଳିମାଡରେ ସଂପୃକ୍ତ ଥିବା ପୁରୀ ଏସପି ସୂଚନା ଦେଇଛନ୍ତି ।