ଆକ୍ସନ ମୁଡରେ କେନ୍ଦ୍ରାପଡା ପୋଲିସ ! ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକ ଆହତ ।

80

କନକ ବ୍ୟୁରୋ : କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା । କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର । ଆକ୍ସନ ମୁଡକୁ ଆସିଛି କେନ୍ଦ୍ରାପଡା ପୋଲିସ । ଗତକାଲି ବିଳମ୍ବିତ ରାତିରେ କଜଳା ନିକଟସ୍ଥ ଏନ.ଏଚ୍ ୫ରେ ଅପରାଧୀ-ପୋଲିସ ଗୁଳିବିନିମୟ ହୋଇଛି ।ପୋଲିସ ପକ୍ଷରୁ କରାଯାଇଥିବା ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକ ଆହତ ହୋଇଛି । ବିଜୟର ବାମ ଗୋଡରେ ଗୁଳି ବାଜିଥିବା ଜଣାପଡିଛି । ପୋଲିସ ଗୁଲିରେ ଆହତ ହେବା ପରେ ତାକୁ ଗିରଫ କରାଯିବା ସହ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ୨୦୦୯ ଶେଖ ସୁଲେମାନ୍ ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି ବିଜୟ । ଏକାଧିକ ଥାନାରେ ବିଜୟ ନାଁରେ ରହିଛି ୧୦୦ରୁ ଅଧିକ ମାମଲା । କେନ୍ଦ୍ରାପଡା ସଦର ପୋଲିସ ଓ ସ୍ପେଶାଲ ସ୍କାର୍ଡ ମିଳିତ ଭାବେ କଜଳା ଦୁହୁରିଆ ରାସ୍ତାରେ ଏନକାଉଁଟର କରିଛି । ତେବେ ଦୀର୍ଘ ଦିନ ହେବ ବିଜୟକୁ ପୋଲିସ ଖୋଜୁଥିଲେ ମଧ୍ୟ ଧରିବାରେ ସଫଳ ହୋଇନଥିଲା କାରଣ ବିଜୟ ନିଜ ନାଁ ବଦଳାଇ ଗଣେଶ ଦାସ ନାଁରେ ରହୁଥିଲା । ଏପରିକି ଗଣେଶ ଦାସ ନାଁରେ ନକଲି ଆଧାରକାର୍ଡ ବାହାର କରିଥିବା ଜଣାପଡିଛି । ଏହି ନକଲି ଆଧାରକାର୍ଡରେ କେନ୍ଦ୍ରାପଡା ବଦଳରେ ବାଙ୍କି ଠିକଣା ଦେଇ ପୋଲିସକୁ ଚକମା ଦେଇ ବୁଲୁଥିଲା ବିଜୟ ।