ଚାକିରୀଆଙ୍କ ପାଇଁ ଖୁସିଖବର ! ଏପ୍ରିଲ୍ ୧ ତାରିଖରୁ ବଦଳିପାରେ ପିଏଫ୍ ସହ ଜଡିତ ଥିବା ବଡ ନିୟମ ।

583

ଯଦି ଆପଣ କୌଣସି କ୍ଷେତ୍ରରେ ଚାକିରୀ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ନୂତନ ଆର୍ଥୀକ ମାସରେ ତଥା ଏପ୍ରିଲ୍ ୧ ତାରିଖରୁ ଇପିଏଫ୍ କୁ ନେଇ ଏକ ବଡ ପରିବର୍ତ୍ତନ ଲାଗୁ କରିପାରେ । ନୂଆ ନିୟମ ଅନୁସାରେ ଏବେ ଚାକିରୀ ବଦଳିବା ପରେ ଆପଣଙ୍କ ପିଏଫ୍ ଆପେ ଟ୍ରାନ୍ସଫର ହୋଇଯିବ । ଏଥିପାଇଁ ଆପଣଙ୍କୁ ଏବେ ଆଉ ହନ୍ତସନ୍ତ ହେବାକୁ ପଡିବ ନାହିଁ । ଏହି ପ୍ରକ୍ରିୟାକୁ ଅଟୋମାଟିକ୍ କରିବା ପାଇଁ ଏବେ ପ୍ଲାନ୍ ଚାଲିଛି । ଶ୍ରମ ମନ୍ତ୍ରାଳୟଙ୍କ ତରଫରୁ ଏହି ପ୍ରକ୍ରିୟାକୁ ଆଗାମୀ ମାସରେ ଲାଗୁ କରାଯିବ ।

ଏବେ ଆଉ ଚିନ୍ତା କରିବାକୁ ପଡିବ ନାହିଁ : EPFO ର ଏଭଳି କରିବା ଦ୍ୱାରା ଚାକିରିଆଙ୍କ ଆସନ୍ତା ବର୍ଷ ଚାକିରୀ ବଦଳାଇବା ବେଳେ ପିଏଫ୍ ଆମାଉଣ୍ଟ ଟ୍ରାନ୍ସଫର ଅନୁରୋଧ କରିବାକୁ ପଡିବ ନାହିଁ । ଏହା ଅଟୋମାଟିକାଲ ହୋଇଯିବ । ଆପଣଙ୍କୁ କହିରଖୁଛୁ କି EPFO ର ସଦସ୍ୟଙ୍କୁ ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର (ୟୁଏଏନ୍) ରଖିବା ପରେ ମଧ୍ୟ PF ଆମାଉଣ୍ଟ ଟ୍ରାନ୍ସଫର୍ ପାଇଁ ଅଲଗା ଅନୁରୋଧ କରିବାକୁ ପଡିଥାଏ । ତେବେ ଅଧିକାରୀଙ୍କ କହିବାନୁସାରେ, ଇପିଏଫଓ ପେପରଲେସ୍ ସଂଗଠନ ବନିବା ଲକ୍ଷକୁ ପ୍ରାପ୍ତ କରିବା ପାଇଁ ନିଜ ପ୍ରକ୍ରିୟାକୁ ସି-ଡେକ୍ କୁ ଦେଇଛନ୍ତି । ଏବେ ୮୦ ପ୍ରତିଶତ କାମ ଅନଲାଇନ୍ ହୋଇଯାଇଛି ।