ଆଠଗଡ଼ର ରାଜରାସ୍ତାରେ ରାଜ୍ କଲା ଗଜରାଜ ! ଫୋପାଡି ଦେଲା ବାଇକ୍ ରାସ୍ତା

37

କନକ ବ୍ୟୁରୋ : ରାସ୍ତାରେ ହାତୀ । ଆଜି ପୁଣି ଆଠଗଡ ବନଖଣ୍ଡ ଅନ୍ତର୍ଗତ ରାସ୍ତା ଉପରେ ଦେଖିବାକୁ ମିଳିଛି ବଣୁଆ ହାତୀ । ଏପରିକି ରାସ୍ତା ଉପରେ ହାତୀ ଦେଖାଇଛି ସର୍କସ । ଶୁଣ୍ଢରେ ଏକ ବାଇକ୍ ଠେଲିବା ସହିତ ରାସ୍ତା ଉପରେ ଛିଡା ହୋଇଥିବା ଲୋକଙ୍କୁ ମଧ୍ୟ ତଡିଛି । ତେବେ ବନବିଭାଗ ଅଧିକାରୀ ପହଁଚି ବହୁ କଷ୍ଟରେ ହାତୀକୁ ଘଉଡାଇବାରେ ସଫଳ ହୋଇଛନ୍ତି । କିଛି ଦିନ ପରେ ଏହି ହାତୀ ପଲ ଆଠଗଡ ବନଖଣ୍ଡରେ ଦେଖିବାକୁ ମିଳିଛି । ପ୍ରାୟ ୧୫ରୁ ଉର୍ଦ୍ଧ ଜଙ୍ଗଲି ହାତୀ ଆଠଗଡ ଜଙ୍ଗଲକୁ ଫେରିଛନ୍ତି । ଆଠଗଡ-ମୁଣ୍ଡୁଳି ରାସ୍ତାର ଡାଳଖାଇ ମନ୍ଦିର ନିକଟରେ ରାସ୍ତା ଉପରେ ଏହି ହାତୀ ଦୀର୍ଘ ସମୟ ଧରି ରହିବା କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।