କନକ ବ୍ୟୁରୋ : ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ । ଢେଙ୍କାପାଳ ହିନ୍ଦୋଳ ରେଂଜ କର୍ଣ୍ଣପୁର ବିଟ ହାଉସ ନିକଟ ଏକ ତଇଳା ବିଲରୁ ଏକ ଦନ୍ତାର ମୃତ ଦେହ ଠାବ ହୋଇଛି । ହାତୀ ଶରୀରରେ ବିଦ୍ୟୁତ ଆଘାତର ଚିହ୍ନ ରହିଛି । ଶିକାରୀଙ୍କ ବିଦ୍ୟୁତ ତାର ଫାସରେ ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଜିଲ୍ଲା ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ହାତୀ ଶିକାରରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/Elephant-death-536x330.jpeg)