କନକ ବ୍ୟୁରୋ: ପିପିଲିରେ ମାତିଲା ଦନ୍ତା । ତିନି ଘଂଟାରେ ୩ ଜଣଙ୍କୁ ଦଳି ମାରିଲା ଦନ୍ତା ହାତୀ । ତେବେ ଏହାକୁ ନେଇ ପିପିଲି କଣାସ ଓ ଡେଲାଙ୍ଗ ଅଂଚଳରେ ଆତଙ୍କ ଖେଳିଯାଇଛି । ପୁରୀ ଜିଲ୍ଲା ନିମାପଡା ବ୍ଲକର ବଳଙ୍ଗା ଗୋପିନାଥପୁରରେ ଜଣକୁ ଦଳି ମାରିଛି ଦନ୍ତା । ସେହିପରି ପିପିଲି ଚନ୍ଦ୍ରାଦେଇପୁର ଓ ରାଜଦେଇପୁରରେ ଦୁଇ ଜଣଙ୍କୁ ଦଳି ମାରିଦେଇଛି ଦନ୍ତା ହାତୀ । ୫ ଜଣ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।
ସେପଟେ ବନବିଭାଗ ଉପସ୍ଥିତ ଥିଲେ ମଧ୍ୟ ଦନ୍ତାର ଆତଙ୍କ ଆଗରେ ପୁରା ନାଚାର ରହିଛି । ସେପଟେ ଦନ୍ତାର ଏପରି ଆତଙ୍କ ଆଗରେ ଗାଁ ଲୋକେ ପୁରା ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତ ଦୁଇ ଦିନ ଧରି ଦନ୍ତା ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ୍ କୂଆପଦା ଗାଁରେ ଆତଙ୍କ ଖେଳାଇଥିଲା ।
ପ୍ରଥମେ ନିମାପଡା ଓ ପିପିଲି ବ୍ଲକରେ ପଶି ଏପରି ମଣିଷ ମାରିଛି ଦନ୍ତା । ଅଂଚଳରେ ଏପରି ହାତୀ ଆତଙ୍କ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବାରୁ ଲୋକେ ଛାନିଆ ହୋଇରହିଛନ୍ତି । ଅନ୍ୟପଟେ ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛି ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/2-16.jpg)