ଡାକ୍ତରଖାନାରେ ବିଜୁଳି ଗୁଲ୍ ! ଗରୀବ ହେଲେ ମଲ, ଏସି ରୁମରେ ଡାକ୍ତରଙ୍କ ଉମଜ

26

କନକ ବ୍ୟୁରୋ: ଜରୁରୀକାଳୀନ ସେବା କହିଲେ ଡାକ୍ତରଖାନାକୁ ବୁଝାଇଥାଏ । ଆଉ ଡାକ୍ତରଖାନାରେ ୨୪ ଘଂଟିଆ ବିଜୁଳି ରହିବା ଜରୁରୀ । କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି ରାୟଗଡା କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ । ବିଜୁଳିନଥିବାରୁ ରୋଗୀ ହନ୍ତସନ୍ତ ହେଉଥିବାବେଳେ ଅଧିକାରୀମାନେ ଏସିରେ ବସି ଆରାମ କରୁଥିବା ଦେଖିବାକୁ ମିଳିଛି । ପ୍ରାୟ ୭ ଘଂଟା ଧରି ଏଠାରେ ବିଜୁଳି ନଥିଲା । ଏନେଇ ରୋଗୀମାନେ ଅଭିଯୋଗ କରିଥିଲେ ବି କେହି ଶୁଣିନଥିଲେ ।

ରାୟଗଡ଼ା ଜିଲ୍ଲା ଇଏ ହେଉଛି କଲ୍ୟାଣସିଂହପୁର ମେଡ଼ିକାଲର ଚିତ୍ର । ଗତକାଲି ଦିନ ଗୋଟିଏରୁ ସନ୍ଧ୍ୟା ୮ଟା ଯାଏଁ ଦୀର୍ଘ ୭ ଘଂଟା ଧରି ଡାକ୍ତରଖାନାରୁ ଗାୟବ୍ ହୋଇଯାଇଥିଲା ବିଜୁଳି । ଅତିଦୟନୀୟ ଅବସ୍ଥାରେ କଟିଥିଲା ୭ଟା ଘଂଟା । ବାରମ୍ବାର ମେଡ଼ିକାଲ କର୍ତୃପକ୍ଷରୁ ଏନେଇ ଜଣାଇଥିଲେ ଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନିଥିଲେ । କାହିଁକି ନା ଶୁଣିବା ଲୋକଙ୍କର କୌଣସି ସମସ୍ୟା ନଥିଲା । ଆରାମରେ ବିଜୁଳି ଆଲୁଅ ଭିତରେ ଫ୍ୟାନ୍ ତଳେ କଟୁଥିଲା ସମୟ ।

ବିଜୁଳି ଆଲୁଅ ବ୍ୟତୀତ ହସ୍ପିଟାଲ ବିକଳ୍ପ ବ୍ୟବସ୍ଥା ବି ରହିଛି । କିନ୍ତୁ କାଳେ ଡିଜେଲ ସରିଯିବ ଏହି ଧରଣା ଧରି ଜେନେରେଟର ଲଗାଇନଥିଲେ ମେଡ଼ିକାଲ କର୍ମଚାରୀ । ଏନେଇ ଯେତେବେଳେ ଆମେ ମେଡ଼ିକାଲ କର୍ତୃପକ୍ଷଙ୍କୁ ପଚାରିବାକୁ ଚାହିଁଥିଲୁ, କେହି ଧରାଛୁଆଁ ଦେଇନଥିଲେ । କିନ୍ତୁ ବିଦ୍ୟୁତ ବିଭାଗର କର୍ମଚାରୀ କହୁଛନ୍ତି-କେହି ଖବର ଦେଇନଥିଲେ, ଖବର ଦେବାରୁ ସମସ୍ୟାର ସମାଧନ ହେଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –