ଦେଶର ବିକାଶ ଯାତ୍ରା ପାଇଁ ଏକ ଐତିହାସିକ ଦିନ : ବିଜୁଳି ନଥିବା ଗାଁକୁ ପହଂଚିଛି ବିଦ୍ୟୁତ ସଂଯୋଗ, କେନ୍ଦ୍ର ସରକାରଙ୍କ ସୂଚନା

41

କନକ ବ୍ୟୁରୋ : ଦେଶର ସବୁ ଗାଁରେ ପହଂଚିଛି ବିଜୁଳି । ନିର୍ଦ୍ଧାରିତ ଲକ୍ଷ୍ୟ ପୂର୍ବରୁ ବିଜୁଳି ନଥିବା ଗାଁକୁ ବିତ୍ୟୁତ ସଂଯୋଗ ହୋଇଥିବା କହିଛନ୍ତି କେନ୍ଦ୍ର ସରକାର । ଆଜି ବିଜୁଳି ସଂଯୋଗ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି- ନିର୍ଦ୍ଧାରିତ ସମୟର ୧୨ ଦିନ ପୂର୍ବରୁ ଦେଶର ସବୁ ଗାଁକୁ ବିଜୁଳି ପହଂଚି ପାରିଛି । ତେଣୁ ଏହା ଦେଶର ବିକାଶ ଯାତ୍ରା ପାଇଁ ଏକ ଐତିହାସିକ ଦିନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶର ଅନ୍ତିମ ଗାଁରେ ଭାବରେ ଉତ୍ତରପୂର୍ବାଚଂଳର ଏକ ଗାଁକୁ ଗତକାଲି ବିଜୁଳି ସଂଯୋଗ ହୋଇଥିଲା ।

 

ସରକାରୀ ତଥ୍ୟ ଅନୁସାରେ ଦେଶର ୫ଲକ୍ଷ ୯୭ ହଜାର ୪୬୪ ଗାଁ ରହିଛି । ଆଉ ୨୦୧୪ରେ ମୋଦି ସରକାରକୁ ଆସିଲା ବେଳେ ୧୮ ହଜାର ୪୫୨ ଗାଁକୁ ବିଜୁଳି ସଂଯୋଗ ହୋଇନଥିଲା । ଆଉ ଏହି ସମସ୍ତ ଗାଁକୁ ବିଜୁଳି ସଂଯୋଗ ହୋଇଥିବା ଦାବି କରୁଛନ୍ତି କେନ୍ଦ୍ର ସରକାର । ତେବେ ବଡ କଥା ହେଉଛି ସୋସିଆଲ ମିଡ଼ିଆରେ ଅନେକ ଲୋକ କିଛି ଗାଁକୁ ବିଜୁଳି ସଂଯୋଗ ହୋଇନଥିବା ଦାବି କରିଛନ୍ତି ।