ଚଳିତ ବର୍ଷ ବଢ଼ିବନି ବିଦ୍ୟୁତ୍ ଶୁଳ୍କ : ଘୋଷଣା କଲେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ, ଠିକଣା ସମୟରେ ପଇଠ କଲେ ଶେଷ ମାସରେ ମିଳିବ ଡବଲ ରିବେଟ୍

26

କନକ ବ୍ୟୁରୋ : ବଢିବନି ବିଦ୍ୟୁତ୍ ଶୁଳ୍କ । ବିଶେଷକରି ଘରୋଇ ଗ୍ରାହକଙ୍କ ପାଇଁ କୌଣସି ଶୁଳ୍କ ବଢ଼ିବ ନାହିଁ ବୋଲି ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କମିଶନଙ୍କ ଏହି ନିଷ୍ପତ୍ତିସଂପର୍କରେ ସୂଚନା ଦେଇଛନ୍ତି ଓଇଆରସିର ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ । ବିଦ୍ୟୁତ୍ ବିତରଣ କମ୍ପାନୀ ବା ଡିସକମଗୁଡ଼ିକ ସେମାନଙ୍କର ପରିବହନ କ୍ଷତିକୁ ୨୧.୩୧ ପ୍ରତିଶତରେ ସୀମିତ ରଖିବା ସହ ଏଟି ଆଣ୍ଡ ସି କ୍ଷତିକୁ ୨୨.୧୧ ପ୍ରତିଶତରେ ସୀମିତ ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଡିଜିଟାଲ୍ ପେମେଂଟକୁ ପ୍ରୋତ୍ସାହନ ଦେବା ପାଇଁ କମିଶନ ନିଷ୍ପତ୍ତି ନେଇଛନ୍ତିି । ଯେଉଁ ଗ୍ରାହକମାନେ ଡିଜିଟାଲ ପେମେଂଟ କରିବେ ସେମାନଙ୍କୁ ଧାର୍ଯ୍ୟ ଶୁଳ୍କ ଉପରେ ୧ ପ୍ରତିଶତ ରିହାତି ମିଳିବ । ଯେଉଁ ଗ୍ରାହକମାନେ ବର୍ଷର ସବୁ ମାସରେ ଧାର୍ଯ୍ୟ ସମୟ ଭିତରେ ଶୁଳ୍କ ଦେବେ ସେମାନଙ୍କୁ ଶେଷ ମାସରେ ମିଳିବାକୁ ଥିବା ରିହାତିକୁ ୨ଗୁଣ କରିଦିଆଯିବ ବୋଲି କମିଶନ ନିଷ୍ପତ୍ତି ନେଇଛନ୍ତି ।