କନକ ବ୍ୟୁରୋ: ପୁରୀ ଲୋକସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟରେ ହେବ ନିର୍ବାଚନ । ଏହି ଆସନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର, ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ କଂଗ୍ରେସ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଶ୍ରୁତିର ପାହାଡ ଛିଡା କରୁଛନ୍ତି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମୋଦିଙ୍କ ବିକାଶକୁ ଆଧାର କରି ନିର୍ବାଚନ ଲଢ଼ୁଥିବାବେଳେ ବିଜେଡି ନବୀନଙ୍କ ବିକାଶ ଓ ଜନକଲ୍ୟାଣକାରୀ ଯୋଜନାକୁ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି । ସେହିପରି ସତ୍ୟପ୍ରକାଶ ନାୟକ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଆଧାର କରି ନିର୍ବାଚନ ଲଢ଼ୁଛନ୍ତି ।
ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଗଡ଼ ଭାବେ ବିବେଚିତ। ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି ପୁରୀ,ସତ୍ୟବାଦୀ,ବ୍ରହ୍ମଗିରି,ପିପିଲି,ଚିଲିକା,ରଣପୁର ଓ ନୟାଗଡ଼ ଆଦି ୭ଟି ବିଧାନସଭା ଆସନ। ସେ ମଧ୍ୟରୁ ଗତ ୨୦୧୪ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ୫ଟି ଆସନ (ପୁରୀ,ବ୍ରହ୍ମଗିରି,ପିପିଲି,ରଣପୁର ଓ ନୟାଗଡ) ଜିତିଥିଲା ବେଳେ ସ୍ୱାଧୀନ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଶ୍ରୀ ସାମନ୍ତରାୟ ଏଥର ବିଜୁ ଜନତା ଦଳ ଟିକେଟରେ ଲଢୁଛନ୍ତି। ତାଙ୍କ ବିପକ୍ଷରେ ଲଢୁଛନ୍ତି ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ଭୂତପୂର୍ବ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ। ରଣପୁର ବିଧାୟକ ରବିନାରାୟଣ ମହାପାତ୍ରଙ୍କୁ ବଦଳାଇ ଏଥର ବିଜୁ ଜନତା ଦଳ ପକ୍ଷରୁ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପ୍ରାର୍ଥୀ କରାଯାଇଛି।
ଭାରତୀୟ ଜନତା ପାର୍ଟିର ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ଏଠାରୁ ୨୦୧୪ରେ ବିଜୟୀ ହୋଇଥିଲେ। ତା’ ପୂର୍ବରୁ ସେ ଦୁଇଥର (୨୦୦୦ ଓ ୨୦୧୪)ରେ ଏଠାରୁ ଜିତିଥିଲେ। ଏଥର ତାଙ୍କ ବଦଳରେ ତାଙ୍କର ପୁତୁରା ତଥା ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ପ୍ରାର୍ଥୀ କରାଯାଇଛି। ପୃଥ୍ଵୀରାଜ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁତ୍ର।
ବିଶ୍ୱଭୂଷଣ ଏହି ନିର୍ବାଚନ ମଣ୍ଡଳୀକୁ ମଧ୍ୟ ଏକାଧିକ ଥର ପ୍ରତିନିଧିତ୍ୱ କରିଆସିଛନ୍ତି। ତେଣୁ ହରିଚନ୍ଦନ ପରିବାର ଏହି ଅଞ୍ଚଳର ଭୋଟରଙ୍କ ମଧ୍ୟରେ ଜଣାଶୁଣା। ତେବେ,ପୃଥ୍ଵୀରାଜଙ୍କ ବିପକ୍ଷରେ ଏଥର ଲଢୁଛନ୍ତି ବେଗୁନିଆର ବିଧାୟକ ଏବଂ ଯୁବନେତା ପ୍ରଶାନ୍ତ ଜଗଦେବ। ଏଠାରୁ କିଏ ଜିତିବ ସେଥିପାଇଁ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିରହିଛନ୍ତି। ଏଥର ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଗାତାର ଦୁଇ ଥର ବିଧାୟକ ହୋଇଥିବା ଲଢୁଆ ଯୁବ ନେତା ସଂଜୟ ଦାସ ବର୍ମା ପୁଣି ଲଢୁଥିବା ବେଳେ ତାଙ୍କୁ ଟକ୍କର ଦେଇଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଲଳିତେନ୍ଦୁ ବିଶିଷ୍ଟ ଯୁବନେତା ତଥା ଏହି ଆସନରୁ ଲଗାତାର ତିନିତିନି ଥର ନିର୍ବାଚିତ ହୋଇଥିବା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କର ସାନ ଭାଇ। ଲଳିତେନ୍ଦୁ ଗତବର୍ଷ କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/PURI-up.jpg)
/kanak/media/post_attachments/wp-content/uploads/2019/04/vlcsnap-2019-04-21-08h26m45s986-300x220.png)
/kanak/media/post_attachments/wp-content/uploads/2019/04/congbjdbjp-300x171.jpg)
/kanak/media/post_attachments/wp-content/uploads/2019/03/BJP-Congress-BJD-1-300x200.jpg)